ଭୁବନେଶ୍ୱର : ଆଜି ବିଧାନସଭା ବଜେଟ ଅଧିବେଶନରେ ୧ ମିନିଟ ଧରି ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ରଖାଯାଇଥିଲା । ଅନ୍ୟପଟେ ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା । ଆଜି ଗୃହ ,ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗ , ଅର୍ଥ , ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ , ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ଆଜିଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଅନୂସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।










