30.1 C
Bhubaneswar
Sunday, October 27, 2024
Homeଓଡିଶାଗଣମାଧ୍ୟମ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନ ପାଇଁ କନକ୍ଲେଭ

ଗଣମାଧ୍ୟମ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନ ପାଇଁ କନକ୍ଲେଭ

ଭୁବନେଶ୍ୱର: ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ଏବଂ ଦି ଗାଇଡ୍ସ ଅଫ୍ ଇଣ୍ଡିଆର ଓଡ଼ିଶା ସଂସ୍କରଣର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଭୁବନେଶ୍ୱର ଠାରେ “ଆଞ୍ଚଳିକ ଗଣମାଧ୍ୟମ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନ ଶୀର୍ଷକ” ଗୋଟିଏ କନକ୍ଲେଭ ଆୟୋଜନ କରାଯାଇଥିଲା । ପତ୍ରକାରିତାର ସମସ୍ୟା ଦିଗରେ ଉଦ୍ଦିଷ୍ଟ ଏହି କନକ୍ଲେଭରେ କିଛି ବରିଷ୍ଠ ସାମ୍ବାଦିକମାନଙ୍କ ସହିତ ଆଇନ ବିଶେଷଜ୍ଞ, ଶିକ୍ଷାବିତ୍ ଓ ସାମ୍ବାଦିକ ଛାତ୍ରାଛାତ୍ରୀମାନେ ଯୋଗଦାନ କରିଥିଲେ । ଦି’ ହିନ୍ଦୁର ପ୍ରାକ୍ତନ ସମ୍ପାଦକ ଏନ୍.ରାମ ନିଜ ଅଭିଭାଷଣ ରଖିଥିଲେ । ସେ ଖବର କାଗଜକୁ ଆଞ୍ଚଳିକ ଗଣମାଧ୍ୟମ ବଦଳରେ ଭାରତର ଭାଷାଭିତ୍ତିକ ଖବରକାଗଜ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି କହିଥିଲେ । ଏହା ସହିତ ଜାତୀୟ ଖବରକାଗଜ ଦ୍ୱାରା ଆଞ୍ଚଳିକ ସମସ୍ୟାଗୁଡ଼ିକୁ ଅଣଦେଖା କରାଯାଉଛି ଏବଂ ଏଥିସହିତ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆକ୍ରମଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପରେ ପରେ ଓଡ଼ିଶା ପୋଷ୍ଟ ଏବଂ ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀଙ୍କ ତତ୍ୱାବଧାନରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଦିଓ ଯାହା ଦୃଶ୍ୱମାନ ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିନ ହୋଇସାରିଛି । ପରିବର୍ତ୍ତନ ଉଲ୍ଲେଖନୀୟ ଏବଂ ଏହା ସର୍ବଦା କଷ୍ଟକର ହୋଇଥାଏ । ସେ କହିଥିଲେ ଯେ, ଆହ୍ୱାନଗୁଡ଼ିକ ହେଉଛି ସୁଯୋଗର ସମିଶ୍ରଣ ଏବଂ ଏହା ଭାରତୀୟ ଗଣମାଧ୍ୟମର ବିବିଧତାର ଏକ ପରିଦୃଷ୍ଟ ସଦୃଶ୍ୟ । ଏହି ସମ୍ମେଳନରେ ତିନୋଟି ପର୍ଯ୍ୟାୟରେ ଚର୍ଚ୍ଚାର ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking