17.1 C
Bhubaneswar
Thursday, January 15, 2026
Homeଅପରାଧମହିଳା ସିକ୍ୟୁରିଟ ଗାର୍ଡଙ୍କୁ ଅଶୋଭନୀୟ ଆଚରଣ, ସଂସ୍ଥାର ମାଲିକଙ୍କ ନାଁରେ ଅଭିଯୋଗ

ମହିଳା ସିକ୍ୟୁରିଟ ଗାର୍ଡଙ୍କୁ ଅଶୋଭନୀୟ ଆଚରଣ, ସଂସ୍ଥାର ମାଲିକଙ୍କ ନାଁରେ ଅଭିଯୋଗ

ଭଦ୍ରକ: ବର୍ତ୍ତମାନ ଅନେକ ଯୁବତୀ ଆତ୍ମନିର୍ଭରଶୀଳ ହେବା ପାଇଁ ଘରୁ ଗୋଡ଼ କାଢ଼ୁଛନ୍ତି । କିନ୍ତୁ ପ୍ରତି ମୂହୁର୍ତ୍ତରେ ସେମାନେ ନିର୍ଯାତନାର ଶିକାର ହେଉଛନ୍ତି । ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଆଉ ଆଜି ବି ଏମିତି ଏକ ଘଟଣାର ପର୍ଦ୍ଦାଫାସ ହୋଇଛି । ଜଣେ ମହିଳା ସିକ୍ୟୁରିଟ ଗାର୍ଡଙ୍କ ପ୍ରତି ସିକ୍ୟୁରିଟ ସଂସ୍ଥାର ମାଲିକ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହିତ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିବା ନେଇ ଇଙ୍ଗିତ କରୁଥିଲେ। ଏପରିକି ମହିଳା ପ୍ରତିବାଦ କରିବାରୁ ତାଙ୍କୁ କାର୍ଯ୍ୟରୁ ବାହାର କରିବା ସହିତ ତାଙ୍କର ବକେୟା ଦରମା ଦେଉନାହାନ୍ତି ସିକ୍ୟୁରିଟି ସଂସ୍ଥାର ମାଲିକ । ଶେଷରେ ବାଧ୍ୟ ହୋଇ ସିକ୍ୟୁରିଟି ସଂସ୍ଥାର ମାଲିକଙ୍କ ନାମରେ ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ମହିଳା ସିକ୍ୟୁରିଟି ଗାର୍ଡ । ଏଭଳି ଏକ ସମ୍ବେଦନ ଶୀଳ ଘଟଣା ଘଟିଛି ଭଦ୍ରକରେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଦାୟିତ୍ୱ ନେଇଥିବା ଭବାନୀ ସିକ୍ୟୁରିଟି ସଂସ୍ଥାର ମାଲିକ ଅକ୍ଷୟ କୁମାର ଦାସ ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ କାମରେ ରଖିଥିଲେ ।

କିନ୍ତୁ ପରେ ସେହି ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା, ଅସଦାଚରଣ କରିବା ସହ ଚାକିରୀ ବାବଦରେ ମୋଟା ଅଙ୍କରେ ଟଙ୍କା ନେଇ ୬ ମାସ ପର୍ଯ୍ୟନ୍ତ କାମରେ ରଖିଥିଲେ । ତେବେ ଦରମା ଟଙ୍କା ନଦେଇ ମହିଳାଙ୍କ ସହ ସଂସ୍ଥାର ମାଲିକ ଅସଦାଚରଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ମହିଳା ସିକ୍ୟୁରିଟି ଗାର୍ଡ ଅଭିଯୋଗ କରିଛନ୍ତି ଯେ ସଂସ୍ଥାର ମାଲିକ ଅକ୍ଷୟ ଦାସ ବିଭିନ୍ନ ସମୟରେ ତାଙ୍କୁ ଖରାପ ଇଙ୍ଗିତ ପଦର୍ଶନ କରୁଥିଲେ । ସେ ପ୍ରତିବାଦ କରିବାରୁ ଦୀର୍ଘ ୬ ମାସରୁ ଉର୍ଦ୍ଧ ଦିନ ହେବ ଏହି ସଂସ୍ଥାର ହେଡ୍ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ବି ସିକ୍ୟୁରିଟି ସଂସ୍ଥାର ମାଲିକ ତାଙ୍କୁ ଦରମା ଟଙ୍କା ଦେଉନାହାନ୍ତି । ତାଙ୍କ ସହିତ ଅଶାଳୀନ ବ୍ୟବହାର କରିବା ସହିତ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ନ୍ୟାୟ ଆଶାରେ ଗତକାଲି ରାତିରେ ଭଦ୍ରକ ଟାଉନ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ମହିଳା । ଯଦି ପୋଲିସ ତାଙ୍କୁ ନ୍ୟାୟ ନ ଦେବ ତେବେ ଏସପି କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ପୀଡ଼ିତା କହିଛନ୍ତି ।

ଅନ୍ୟପଟେ ସେହି ସିକ୍ୟୁରିଟି ସଂସ୍ଥାର ମାଲିକ ଅକ୍ଷୟ କୁମାର ଦାସ କହିଛନ୍ତି ଯୁବତୀ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରିଛନ୍ତି । ସେ ଠିକ ଭାବରେ କାର୍ଯ୍ୟ କରୁ ନ ଥିବାରୁ ଅନ୍ୟ ଷ୍ଟାଫମାନେ ଅଭିଯୋଗ କରିଥିଲେ । ସେଥିପାଇଁ ତାଙ୍କୁ ଏହି ସଂସ୍ଥାରୁ ବାହାର କରି ଦିଆଯାଇଥିଲା । ସେ ମହିଳାଙ୍କ ସହ କୌଣସି ଅଶାଳୀନ ବ୍ୟବହାର କି ନିର୍ଯ୍ୟାତନା ଦେଇ ନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୋଗ ପରେ ଭଦ୍ରକ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ସେହି ଭବାନୀ ସିକ୍ୟୁରିଟି ସଂସ୍ଥା ବିରୁଦ୍ଧରେ ପୂର୍ବରୁ ମଧ୍ୟ ବହୁତ ଅଭିଯୋଗ ଆସିଛି । ତେବେ ଏହି ଘଟଣାରେ କିଏ ସତ କହୁଛି କିଏ ମିଛ କହୁଛି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ । ପୋଲିସ ଠିକ ଭାବରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking