20.1 C
Bhubaneswar
Sunday, December 7, 2025
Homeଓଡିଶା୪ରୁ ୫ ଦିନରେ କ୍ଷତିପୂରଣ ବଣ୍ଟା ସରିବ – ମନ୍ତ୍ରୀ

୪ରୁ ୫ ଦିନରେ କ୍ଷତିପୂରଣ ବଣ୍ଟା ସରିବ – ମନ୍ତ୍ରୀ

ଭୁବନେଶ୍ୱର : ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ୪ରୁ ୫ ଦିନ ରେ ସରିବ କହିଛନ୍ତି ରାଜସ୍ୱ ବିପଯ୍ୟୟ ପରିଚାଳନା  ମନ୍ତ୍ରୀ ସୁରେଶ ପୂଜାରୀ । ୧୪ ଜିଲ୍ଲାରେ କ୍ଷତି ହୋଇଛି । ୨ ଜିଲ୍ଲାରେ ଆଂଶିକ କ୍ଷତି ହୋଇଛି । ପୁରୀ ରେ ସର୍ୱାଧିକ କ୍ଷୟକ୍ଷତି ହୋଇଛି ।  ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ , ପରିବା , ଚିନାବାଦାମ , କପା ବି ନଷ୍ଟ  ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର  ୭୨୦ ଚାଷୀ କ୍ଷତିଗ୍ରସ୍ତ  ହୋଇଛନ୍ତି । ୨ ଲକ୍ଷ ୨୬ ହଜାର ୭୯୧  ହେକ୍ଟର  ଚାଷ ନଷ୍ଟ ହୋଇଛି । ମନ୍ତ୍ରୀ କହିଛନ୍ତି  ଜିଲ୍ଲାପାଳଙ୍କୁ  କ୍ଷତିପୂରଣ ଦିଆସାରିଲାଣି । ଚାଷୀଙ୍କୁ ଆବଣ୍ଟନ ହେଲାଣି । ଜଳ ସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ରାଶି ରହିଛି । ଅଣଜଳସେଚିତ ଜମି ପାଇଁ ୭୫୦୦ ଟଙ୍କା ରହିଛି କହିଛନ୍ତି ମନ୍ତ୍ରୀ ।  ଭାଗ ଚାଷୀଙ୍କ ପାଇଁ ଆଇନ ଆସିନି । ଆସିବ କି ନାହିଁ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking