29.1 C
Bhubaneswar
Wednesday, May 21, 2025
Homeଓଡିଶାବଡ଼ ବଡ଼ ବିଲ୍ଡର ଏବଂ ରାଜ୍ୟ ସରକାରଙ୍କର ମଧୁଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତ : ଯୁବ...

ବଡ଼ ବଡ଼ ବିଲ୍ଡର ଏବଂ ରାଜ୍ୟ ସରକାରଙ୍କର ମଧୁଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତ : ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ନେତା ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ଦୀର୍ଘଦିନ ହେବ ପାର୍ଟ ପ୍ଲଟ ବିକ୍ରୟ ଉପରେ ରୋକ୍ ଲଗାଯାଇଅଛି । ଯାହାଦ୍ୱାରା ସାଧାରଣ ଲୋକମାନେ ନିଜର ମୁଖ୍ୟ ଆବଶ୍ୟକତା ଯଥା : ଝିଅ ବିଭାଘର କରିବା, ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା, ଜଟିଳ ରୋଗରେ ଚିକିତ୍ସିତ ହେବା ପାଇଁ ନିଜର ଥିବା ଜମିକୁ ଆଂଶିକ ବିକ୍ରି କରିପାରୁନାହାନ୍ତି । ଯାହାଦ୍ୱାରା ସାଧାରଣ ଲୋକଟି ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏବଂ ଏଭଳି ଅସୁବିଧାକୁ ମେଣ୍ଟାଇବା ପାଇଁ ସାହୁକାର ମାନଙ୍କ ଠାରୁ ଶୋଷଣର ଶିକାର ହେଉଛନ୍ତି ।

ଆପାର୍ଟମେଣ୍ଟ କିଣାବିକାରେ ମଧ୍ୟ ସାଧାରଣ ଲୋକଟି ସମଦଶା ଭୋଗୁଛନ୍ତି । ଛୋଟ ଛୋଟ ଆପାର୍ଟମେଣ୍ଟ ଯେଉଁଠାରେ ୮ଟି ପରିବାର ରହିବାର ବ୍ୟବସ୍ଥା ଅଛି ତାହା ଆପର୍ଟମେଣ୍ଟ ଆଇନ ନିୟମ ଭିତରେ ଯିବା କଥା ନୁହେଁ । କିନ୍ତୁ ସେଥିରେ ମଧ୍ଯ ସାଧାରଣ ଲୋକଟି ଅସୁବିଧାରେ ସମ୍ମୁଖୀନ ହୋଇ ଘର କିଣି । ପାରୁନାହିଁ । ବିଡ଼ିଏ ଓ ବି.ଏମ୍.ସି. ମୋଟା ଅଙ୍କରେ ଲାଞ୍ଚ ନେଇ ଆପାର୍ଟମେଣ୍ଟର ମାଲିକ ମାନଙ୍କୁ ଚୋରା କାରବାରରେ ପ୍ରଶୟ ଦେଉଛନ୍ତି । ଏହି ଦୁର୍ନୀତିର ଚେର ବିଡ଼ିଏ କାର୍ଯ୍ୟାଳୟରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଏଁ ବ୍ୟାପିଛି । ରାଜ୍ୟ ସରକାର ତୁରନ୍ତ ଆମେଣ୍ଟ୍‌ମେଣ୍ଟ କରି ପାର୍ଟ ପ୍ଲଟ କିଣାବିକାର କଟକଣାକୁ ତୁରନ୍ତ ୭ ଦିନ ଭିତରେ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ରାଜସ୍ୱ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଜରାସ୍ତାରେ ତିବ୍ର ବିରୋଧ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ୟାସିର ୟାସିର ନୱାଜ, ସୁଦିପ ସାମଲ, ମନୋଜ ବିଶ୍ଵାଳ, ଗୋପନ ମାର୍ଥା, ନିହାର ବେହେ ବେହେରା ଓ ମହମ୍ମଦ ପରଭେଜ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking