29.1 C
Bhubaneswar
Tuesday, February 10, 2026
Homeଓଡିଶାବନ୍ୟା ପ୍ଲାବିତ ଲୋକଙ୍କ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ କମିଟି ଗଠନ

ବନ୍ୟା ପ୍ଲାବିତ ଲୋକଙ୍କ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ କମିଟି ଗଠନ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ ଓ ଜଳେଶ୍ବର ଅଂଚଳର ବନ୍ୟା ପ୍ଲାବିତ ଲୋକଙ୍କର ଉଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବର ପୂର୍ବତନ ସାଂସଦ ପ୍ରାର୍ଥୀ ତଥା ଏ.ଆଇ.ସି.ସି. ସଦସ୍ୟ ଶ୍ରୀ ନବଜ୍ୟୋତି ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ସହିତ ପିସିସିର ଉପସଭାପତି ତଥା ବାଲେଶ୍ବର ଜିଲ୍ଲା ସଂଗଠନ ଦାୟିତ୍ବରେ ଥିବା ଶ୍ରୀ ଦେବାଶିଷ ପଟ୍ଟନାୟକ ବନ୍ୟା ପ୍ଲାବିତ ଅଂଚଳକୁ ଗସ୍ତ କରିବେ ଓ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଯୋଗଦାନ କରିବେ । ନିମ୍ନଲିଖୂତ କଂଗ୍ରେସ ନେତୃବର୍ଗ ଏହି କମିଟିର ସଦସ୍ୟ ଅଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଗଲା । ଶ୍ରୀ ନବଜ୍ୟୋତି ପଟ୍ଟନାୟକ- ଅଧ୍ୟକ୍ଷ, ସଂଜୀବ ଗିରି ,ସଦସ୍ୟ (ଜିଲ୍ଲା ସଭାପତି)। ଭୋଗରାଇ ବନ୍ୟା ପ୍ଲାବିତ ଅଂଚଳ ର ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଶ୍ରୀ ସତ୍ୟଶିବ ସୁନ୍ଦର ଦାସ, ଶ୍ରୀ ସନ୍ତୋଷ ଜେନା,ଶ୍ରୀମତୀ ମୀନାରାଣି ସୁର, ଶ୍ରୀମତୀ ମମତା ସାହୁ ସଦସ୍ୟ ରହିଛନ୍ତି।ସେହିପରି ବାଲିଆପାଳ ବନ୍ୟା ପ୍ଲାବିତ ଅଂଚଳ ର ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଶ୍ରୀ ବିଜନ ନାୟକ,ଶ୍ରୀ ଜଗନ୍ନାଥ ବିଶ୍ବାଳ,ଶ୍ରୀମତୀ ରଞ୍ଜିତା ନାୟକ,ଶ୍ରୀ ବାବାଜି ଦେହୁରି,ଶ୍ରୀ ମୁରଲୀ ମନୋହର ସାହୁ ସଦସ୍ୟ ଭାବେ ରହିଛନ୍ତି।ଅନୁରୂପ ଭାବେ ଜଲେଶ୍ବର ବନ୍ୟା ପ୍ଲାବିତ ଅଂଚଳ ର ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଶ୍ରୀ ସତ୍ୟ ଦାସ,ଶ୍ରୀ ଦେବିଚାନ୍ଦ,ଶ୍ରୀମତୀ ମଞ୍ଜୁଶ୍ରୀ ପଣ୍ଡା, ଶ୍ରୀ ଗିରିଜା ଶଙ୍କର ଦାସ, ଶ୍ରୀ ରାଜୀବ ପରିଡା ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking