ନୂଆଦିଲ୍ଲୀ: ଛତିଶଗଡରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏନେଇ ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ । ନକ୍ସଲବାଦ ବିରୋଧରେ ବଡ ସଫଳତା କହିଲେ ଶାହ । ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ । କାଲି ଛତିଶଗଡରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ । ୨୦୨୬ ମାର୍ଚ୍ଚ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ କହିଛନ୍ତି ଶାହ ।










