27.1 C
Bhubaneswar
Friday, June 6, 2025
Homeଦେଶ ବିଦେଶଡିଫେନ୍ସ ଏୟାରପୋର୍ଟରେ ଖୋଲିବନି କମର୍ସିଆଲ ଫ୍ଲାଇଟ ୱିଣ୍ଡୋ ସେଡ

ଡିଫେନ୍ସ ଏୟାରପୋର୍ଟରେ ଖୋଲିବନି କମର୍ସିଆଲ ଫ୍ଲାଇଟ ୱିଣ୍ଡୋ ସେଡ

ନୂଆଦିଲ୍ଲୀ: ଡିଫେନ୍ସ ଏୟାରପୋର୍ଟରେ ଖୋଲିବନି  କମର୍ସିଆଲ ଫ୍ଲାଇଟ  ୱିଣ୍ଡୋ ସେଡ । ଟେକଅଫ ଏବଂ ଲ୍ୟାଣ୍ଡିଂ ସମୟରେ ବନ୍ଦ ରହିବ ଯାତ୍ରୀଙ୍କର  ସିଟ ୱିଣ୍ଡୋ ସେଡ । ଏନେଇ ଏୟାର ଲାଇନ୍ସ ହେଲିକେପ୍ଟର  ଏବଂ ଚାଟାର୍ଡ ଫ୍ଲାଇଟ ହେଲିକପ୍ଟର  କଟକଣା ଜାରି କରିଛି ଡିଜିସିଏ । ବିଶେଶକରି ପଶ୍ଚିମ ସୀମାନ୍ତ ଅଞ୍ଚଳରେ  କଡାକଡି ଭାବେ ପାଳନ ହେବ ନିୟମ ।  ଡିଫେନ୍ସ ଏୟାର ଫିଲ୍ଡରୁ ଉଡାଣ  କରୁଥିବା ଏବଂ ସେଠାରେ ଅବତରଣ  କରୁଥିବା ଫ୍ଲାଇଟ ଗୁଡିକ ପାଇଁ ଏହି ନିୟମ  ବାଧ୍ୟତାମୂଳକ କରାଯାଇଛି । କେବଳ ୧୦ ହଜାର ଫୁଟ ଉଚ୍ଚରେ  ହିଁ  ଯାତ୍ରୀଙ୍କର ସିଟ , ୱିଣ୍ଡୋ ସେଡ  ଖୋଲାଯାଇପାରିବ । ତେବେ ଏମର୍ଜନ୍ସି ୱିଣ୍ଡୋରୁ ଏହି ନିୟମକୁ  ବାଦ ଦିଆଯାଇଛି । ଯାତ୍ରୀମାନେ ଡିଫେନ୍ସ ଏୟାରଫୋର୍ଟର କୌଣସି  ଅଟୋଗ୍ରାଫି  କିମ୍ବା ଭିଡିଓଗ୍ରାଫୀ କରିପାରିବେ ନାହିଁ ।  ଭାରତର ସାମରିକ  ଦୃଷ୍ଟିରୁ ସୁରକ୍ଷା ମନ୍ତ୍ରାଳୟରେ ଏହି ନିଶ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଚଣ୍ଡୀନଗର. ଶ୍ରୀନଗର , ପୁଣେ ଭଳି  ଅନେକ ଡିଫେନ୍ସ ଏୟାରପୋର୍ଟ କମର୍ସିଆଲ ଏୟାରପୋର୍ଟ ଭାବେ କାମ କରୁଛି । ଏଣୁ ଏସବୁ ର ସୁରକ୍ଷା ପାଇଁ କଠୋର ନିଷ୍ପତ୍ତି ନେଇଛି  ଡିଜିସିଏ । ନିୟମ  ଉଲ୍ଲଙ୍ଘନ କଲେ ଆଇନଗତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking