ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ରୁତୁରାଜ ସା ଆତ୍ମହତ୍ୟା କରିଛନ୍ତି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।ରୁତୁରାଜ ସାଙ୍କ ଘର ବିନିକା ବ୍ଲକ କଣ୍ଟାପାଲି ଗାଁରେ । କିନ୍ତୁ ସେ ପଟାଭାଡି ସ୍ଥିତ ଭଡା ଘରେ ରହି ପାଠ ପଢ଼ୁଥିଲେ । ଗୁରୁବାର ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ଥିବାରୁ ସେଥିରେ ସେ ଯୋଗଦେଇଥିଲେ । ବିଦାୟକାଳୀନ ଉତ୍ସବ ସରିବା ପରେ ସେ ରୁମ୍କୁ ଚାଲି ଯାଇଥିଲେ ।
ସାଥୀଙ୍କ କହିବା ଅନୁସାରେ ସେ ରାତିରେ ଶୀଘ୍ର ଶୋଇ ପଡ଼ିଥିଲେ । ହେଲେ ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁତୁରାଜଙ୍କ ରୁମ୍ର କବାଟ ଖୋଲିନଥିଲା । ତେଣୁ ତାଙ୍କ ପାଖକୁ ଫୋନ୍ କରିଥିଲେ ସହପାଠୀ । ହେଲେ ସେ ଫୋନ ରିସିଭ୍ କରିନଥିଲେ ।ରୁତୁରାଜ ଫୋନ୍ ନଉଠାଇବାରୁ ସାଥୀଙ୍କ ମନରେ ସନ୍ଦେହ ହୋଇଥିଲା । ତେଣୁ ଦେଖା କରିବା ପାଇଁ ରୁତୁରାଜ ରହୁଥିବା ଘରକୁ ଆସିଥିଲେ । ସେତେବେଳେ ସେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୁଲିସ୍କୁ ଖବର ଦେଇଥିଲେ । ସୋନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ଆତ୍ମହତ୍ୟାର କରଣ ପ୍ରେମ ବୋଲି ସନ୍ଦେହ କରାଯାଉଛି ।