ଯାଜପୁର: ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଆଜି ସକାଳେ ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କୁ ଶତ୍ରୁଘ୍ନ ନାୟକଙ୍କ ପୁଅ ସଞ୍ଜୀବ ବୋଲି ଚିହ୍ନଟ କରାଯାଇଛି । ଏହି ଘଟଣାରେ ଦୁର୍ଘଟଣା ଘଟାଇଥିବା ହାଇୱା ପୋଡ଼ିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ସୂଚନା ଅନୁସାରେ, ପୂର୍ବାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା କୁରିକଣା ଗାଁ ନିକଟରେ ସଞ୍ଜୀବ ଏକ ବାଇକରେ କଲେଜ ଯାଉଥିବା ବେଳେ ହମ୍ପସ ବାଜି ପଡ଼ି ଯାଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା। ଏପରେ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ରାସ୍ତାରୋକ କରିବା ସହ ଏକାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପୁଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି ।










