13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକଲେଜ୍ ଛାତ୍ରୀଙ୍କୁ ଦୁଷ୍କର୍ମ, ବ୍ଲାକ୍‌ମେଲ୍ ଅଭିଯୋଗ; ଫିଜିକ୍ସ, ବାୟୋଲୋଜି ଅଧ୍ୟାପକ ସମେତ ୩ ଗିରଫ

କଲେଜ୍ ଛାତ୍ରୀଙ୍କୁ ଦୁଷ୍କର୍ମ, ବ୍ଲାକ୍‌ମେଲ୍ ଅଭିଯୋଗ; ଫିଜିକ୍ସ, ବାୟୋଲୋଜି ଅଧ୍ୟାପକ ସମେତ ୩ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ କଲେଜ ଛାତ୍ରୀଙ୍କୁ ଏକାଧିକ ଥର ଦୁଷ୍କର୍ମ ଏବଂ ବ୍ଲାକମେଲ୍ କରିବା ଅଭିଯୋଗରେ ୨ କଲେଜ ଅଧ୍ୟାପକ ଏବଂ ସେମାନଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ୍ । ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ଏକ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ପୀଡ଼ିତା ଛାତ୍ରୀଜଣକ ସହରର ଏକ ଘରୋଇ କଲେଜ୍‌ରେ ଅଧ୍ୟୟନ କରନ୍ତି । ତେବେ ସେ ପଢ଼ୁଥିବା କଲେଜର ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ବିଭାଗର ଅଧ୍ୟାପକ ଦ୍ୱୟ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପ୍ରଥମେ ନରେନ୍ଦ୍ର ନାମକ ପଦାର୍ଥ ବିଜ୍ଞାନ ଅଧ୍ୟାପକଜଣକ ପୀଡ଼ିତାଙ୍କୁ ନିଜ ବିଷୟର ନୋଟ୍ ଦେବା ବାହାନାରେ ସମ୍ପର୍କ ବଢ଼ାଇଥିଲେ । ପରେ ସେ ଧୀରେ ଧୀରେ ବାରମ୍ବାର ମେସେଜ୍ ମାଧ୍ୟମରେ ପୀଡ଼ିତାଙ୍କ ବିଶ୍ୱାସ ଜିତିଥିଲେ ।

ଥରେ ନରେନ୍ଦ୍ର ତାଙ୍କର ଜଣେ ବନ୍ଧୁ ଅନୁପ୍‌ଙ୍କ ରୁମ୍‌କୁ ପୀଡ଼ିତାଙ୍କୁ ନୋଟ୍ ଦେବା ବାହାନାରେ ଡକାଇଥିଲେ ଏବଂ ସେଠାରେ ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେ ଏସମ୍ପର୍କରେ କାହାକୁ କିଛି କହିଲେ ଭିଡିଓ ପ୍ରଘଟ କରିଦେବେ ବୋଲି ପୀଡିତାଙ୍କୁ ଧମକ ଦେଇଥିଲେ । ପୀଡ଼ିତା ମଧ୍ୟ ଲୋକଲଜ୍ଜା ଭୟରେ ଚୁପ୍ ରହିଥିଲେ । ତେବେ କିଛି ଦିନ ପରେ ଜୀବ ବିଜ୍ଞାନ ବିଭାଗର ଅଧ୍ୟାପକ ସନ୍ଦୀପ ମଧ୍ୟ ପୀଡ଼ିତାଙ୍କୁ ସୋସିଆଲ ମିଡିଆରେ ଭିଡିଓ ଲିକ୍ କରିଦେବାର ଧମକ ଦେଇ ସେହି ଅନୁପ୍‌ଙ୍କ ରୁମ୍‌କୁ ଡାକି ଦୁଷ୍କର୍ମ କରିଥିଲେ ।

ପରେ ଅନୁପ ମଧ୍ୟ ଏପରି କିଛି ଧମକ ଦେଇ ତାଙ୍କୁ ନିଜ ରୁମ୍‌ରେ ଦୁଷ୍କର୍ମ କରିଥିଲେ । ତେବେ ନିକଟରେ ପୀଡ଼ିତାଙ୍କ ବାପା ମା’ ତାଙ୍କୁ ଭେଟିବା ପାଇଁ ସହରକୁ ଆସିଥିବା ବେଳେ ପୀଡ଼ିତା ଘଟଣା ସମ୍ପର୍କରେ ସେମାନଙ୍କୁ ଜଣାଇଥିଲେ । ପରିବାର ଲୋକ କର୍ଣ୍ଣାଟକ ରାଜ୍ୟ ମହିଳା କମିଶନଙ୍କ ପାଖକୁ ଯାଇଥିଲେ ଏବଂ ତା’ପରେ ମରାଠାହଲ୍ଲୀ ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ପୁଲିସ୍ ଅନୁସାରେ ୨ ଅଭିଯୁକ୍ତ ଅଧ୍ୟାପକ ଏବଂ ସେମାନଙ୍କ ବନ୍ଧୁକୁ ଗିରଫ କରି କୋର୍ଟରେ ହାଜର କରିଛି । ଏହି ୩ ଅଭିଯୁକ୍ତ ଗୋଟିଏ କଲେଜ୍‌ରେ ହିଁ କର୍ମଚାରୀ ବୋଲି ପୁଲିସ୍ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking