28.1 C
Bhubaneswar
Monday, December 15, 2025
Homeଓଡିଶାମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଅଚାନକ ଗସ୍ତ, ଅନୁପସ୍ଥିତ ଅଧ୍ୟାପିକା ଓ ଅଧ୍ୟାପକଙ୍କ କୈଫତ ତଲବ

ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଅଚାନକ ଗସ୍ତ, ଅନୁପସ୍ଥିତ ଅଧ୍ୟାପିକା ଓ ଅଧ୍ୟାପକଙ୍କ କୈଫତ ତଲବ

ଯାଜପୁର: ଉଚ୍ଚ ଶିକ୍ଷା ବିଭାଗର ବୈମାତୃକ ଓ ଜନ ପ୍ରତିନିଧି ଙ୍କ ଉପେକ୍ଷା ଯୋଗୁ ରାଜ୍ୟ ର ଅନ୍ୟତମ ପ୍ରମୁଖ ବ୍ୟାସ ନଗର l ମହା ବିଦ୍ୟାଳୟ ୧୦ ବର୍ଷ ରୁ ଉର୍ଦ୍ଧ ହେବେ ଅଧୋପତନ ଆଡ଼କୁ ଗତିକରୁଚି l ବିଗତ କଲେଜ ର ଅଧକ୍ଷ ମାନେ ସରକାରି ତାହାବିଲିକୁ ହରି ଲୁଟୁ କରିଚନ୍ତି ସେ ସଂପର୍କ ରେ ଆଡିଟ ରିପୋର୍ଟ ହୋଇଚି ସମ୍ପୃକ୍ତ ଆଧ୍ୟକ୍ଷ ମାନଂକ ଠାରୁ ଅର୍ଥ ଆଦାୟ ପାଈ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇ ଥିଲେ ମଧ୍ୟ କାର୍ଯୟାନୁଷ୍ଠାନ ଗ୍ରହଣ କାରା ଯାଉ ନାହିଁ l ପରିଚାଳନା କମିଟିର ସଭାପତି ଭାବେ କଳିଙ୍ଗନଗର ଅତରିକ୍ତ ଜିଲାପାଳ ସପନ କୁମାର ନନ୍ଦ ଯୋଗ ଦେବାପରେ ବୁଧବାର ଅପରାହ୍ନରେ ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ l ଏହି ସମୟରେ ଅଧିକାଂଶ ଅଧ୍ୟାପିକା ଏବଂ ଅଧ୍ୟାପକ ଅନୁପସ୍ଥିତ ଥିବାର ଦେଖି ବିରକ୍ତି ଭାବ ପ୍ରକାଶ କରିଥିଲେ l ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୈଫତ ତଲବ ପାଇଁ ନୋଟିସ ଜାରି କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସହ ୨୯ ଜଣ ଅଧ୍ୟାପିକା ଅଧ୍ୟାପକ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ତିନିଦିନ ମଧ୍ୟରେ କୈଫତ ଦେଵା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି l ସୂଚନା ଯୋଗ୍ୟ ଯେ ଏହି ମହାବିଦ୍ୟାଳୟରେ ବିଗତ ୨ ବର୍ଷ ଧରି କୌଣସି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହୋଇପାରିନାହାନ୍ତି l ବର୍ତ୍ତମାନ ସୁକିନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି l ସେ ସୁକିନ୍ଦା ମହାବିଦ୍ୟାଳୟର କାର୍ଯ୍ୟ କରି ଅପରାହ୍ନରେ ଏଠାକୁ ଆସୁଛନ୍ତି l ଯାହାଫଳରେ ମହାବିଦ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଛି l ଏହାର ସୁଯୋଗନେଇ ଅଧିକାଂଶ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ସେମାନଙ୍କର କାର୍ଯ୍ୟ ଠିକଭାବେ ତୁଲାଉନାହାନ୍ତି l ଯାହାଦ୍ୱାରା ଅଧିକାଂଶ ସମୟରେ କ୍ଲାସ ସସ୍ପେଣ୍ଡ କରାଯାଉଛି l ଏହାଦ୍ୱାରା  ମହାବିଦ୍ୟାଳୟ ବିକାଶ ବାଧାପ୍ରାପ୍ତ ହେଵା ସହ ଛାତ୍ରୀଛାତ୍ର ମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି l ମହାବିଦ୍ୟାଳୟର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ବାରମ୍ବାର ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ l  ଏ ସମ୍ପର୍କରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ଦୃଷ୍ଟି ଆକର୍ଷଣ କଲେମଧ୍ୟ ସେ ନିରବ ଦ୍ରଷ୍ଟା ସାଜିବl ପ୍ରଶ୍ନ ବାଛି ସୃଷ୍ଟି କରୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking