17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭୁଶୁଡ଼ିଲା କାନ୍ଥ : ୩ ଜଣଙ୍କ ମୃତ୍ୟୁ

ଭୁଶୁଡ଼ିଲା କାନ୍ଥ : ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ପରେ ଭୁଶୁଡ଼ିଲା କାନ୍ଥ। ଏକ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୯ ଜଣ ଆହତ ହୋଇଛନ୍ତି। ମାଟି ତଳେ ଏବେବି ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ରାଜସ୍ଥାନର ଜୋଧପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ରାଜସ୍ଥାନରେ ଗତ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ବୋରନାଡା ଥାନା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ପଡିଛି। ଏହି କାନ୍ଥ ପାଖରେ ଅନେକ ଲୋକ ଶୋଇଥିଲେ। କାନ୍ଥ ଭୁଶୁଡ଼ିବା ପରେ ସମସ୍ତେ ଏହା ତଳେ ଦବି ରହିଛନ୍ତି। ସୂଚନା ମୁତାବକ, ଆଜି ଭୋର ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ବୋରନାଡା ଏସିପି ନରେନ୍ଦ୍ର ସିଂହ ଓ ଥାନା ଅଧିକାରୀ ଶକିଲ ଅହମ୍ମଦ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାର ଗମ୍ଭୀରତାକୁ ଦେଖି ଡିସିପି ପଶ୍ଚିମ ରାଜେଶ ଯାଦବ ଏବଂ ଜିଲ୍ଲା କଲେକ୍ଟର ଗୌରବ ଗୋୟଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking