ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହରରେ ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି ପାରା । ଅସହ୍ୟ ହେବାରେ ଲାଗିଛି ଜୀବନଯାତ୍ରା । ପ୍ରବଳ ଥଣ୍ଡାକୁ ଜାଡ଼ ଅସ୍ତବ୍ୟସ୍ତ କରିଦେଉଛି । ରାତି ପାହିଲେ ସୂର୍ଯ୍ୟ କିରଣ ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ । ଦିନକୁ ଦିନ ତାପମାତ୍ରା ଖସିବା ସହ ଶୀତ ବଢୁଛି । ଏଥିସହ ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ୯ଦଶମିକ ୬ ଡିଗ୍ରି ସହ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି । ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଶୀତର ପ୍ରକୋପ ଏହିଭଳି ଆରମ୍ଭ ହୋଇଥିବା ବେଳେ ଆଗକୁ ଅସହ୍ୟ ଶୀତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଶୀତ ତାର ରାଜୁତି ଆରମ୍ଭ କରିଦେଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଗରିବ ଅସହାୟ ବୃଦ୍ଧ ବୃଦ୍ଧାମାନେ ବିଶେଷ ଭାବେ ପ୍ରଭାବିତ ହୋଇ ଅତି କଷ୍ଟରେ ରାତି ବିତାଉଛନ୍ତି । ସାହି ଗଳି କନ୍ଦିରେ ସ୍ଥାନେ ସ୍ଥାନେ ନିଆଁ ଜାଳି ରାତିସାରା ନିଆଁ ଭରସାରେ ରାତି କାଟୁଥିବା ବେଳେ ଦିନରେ ସୁର୍ଯ୍ୟଙ୍କ ଉତ୍ତାପରେ ଦିନ କାଟୁଛନ୍ତି ।










