31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିବାହ ଉତ୍ସବରେ କଫି ମେସିନ୍ ବିସ୍ଫୋରଣ: ଜଣେ ମୃତ

ବିବାହ ଉତ୍ସବରେ କଫି ମେସିନ୍ ବିସ୍ଫୋରଣ: ଜଣେ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଶାହଜାହାନପୁରରେ ଏକ ବିବାହ ଉତ୍ସବରେ ଘଟିଛି ବଡ ଅଘଟଣ । ଶାହଜାହାନପୁର ଜିଲ୍ଲାର ମଦନପୁର ଅଞ୍ଚଳରେ ବିବାହ ଉତ୍ସବ ସମୟରେ ଏକ କଫି ମେସିନ୍ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ କଫି ତିଆରି କରୁଥିବା ସୁନୀଲ ବୋଲି ଚିହ୍ନଟ କରାଯାଇଛି । ଆହତ ଜଣଙ୍କୁ ସଚିନ୍ ବୋଲି ଚିହ୍ନଟ କରାଯାଇଛି, ସେ ବିସ୍ଫୋରଣ ସମୟରେ କଫି ମେସିନ୍ ପାଖରେ ଠିଆ ହୋଇଥିବାରୁ ଆହତ ହୋଇଛନ୍ତି । ଘଟଣା ପରେ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ପୋଲିସ ମଙ୍ଗଳବାର ଦିନ ସୂଚନା ଦେଇ କହିଛି ଯେ ସୋମବାର ଦିନ ଅଙ୍କିତ ନାମକ ଯୁବକଙ୍କ ଭଉଣୀଙ୍କ ବିବାହ ଶୋଭାଯାତ୍ରା ଫାରୁଖାବାଦର ଶମଶାବାଦରୁ ମଦନପୁର ଥାନା ଅଞ୍ଚଳର ବାରୁଆ ପେହନା ଗ୍ରାମକୁ ଆସିଥିଲା। ସୁନୀଲ ସେହି ବିବାହ ଉତ୍ସବରେ କଫି ତିଆରି କରୁଥିଲେ। ବିଳମ୍ବିତ ରାତିରେ ତାଙ୍କ କଫି ମେସିନ୍ ଜୋରରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ କଫି ତିଆରି କରୁଥିବା ୩୦ ବର୍ଷୀୟ ସୁନୀଲଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖରେ ଠିଆ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ସଚିନ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking