33.1 C
Bhubaneswar
Thursday, September 19, 2024
Homeଓଡିଶାନୂଆଁଖାଇରେ ଚାଷୀଙ୍କୁ ସିଏମ କିଷାନ ସହାୟତା

ନୂଆଁଖାଇରେ ଚାଷୀଙ୍କୁ ସିଏମ କିଷାନ ସହାୟତା

ସମ୍ବଲପୁର : ଚାଷୀଙ୍କୁ ନୂଆଁଖାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ଗଣପର୍ବ ନୂଆଖାଇ ଅବସରରେ ଶୁଭାରମ୍ଭ ହେଲା ବହୁ ପ୍ରତିକ୍ଷୀତ ସିଏମ କିଷାନ ଯୋଜନା । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଭାସୀ ଜରିଆରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିପରିଷଦ ସଦସ୍ୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରରେ ଏହାର ଶୁଭାରମ୍ଭ କରିଛନ୍ତି । ଚାଷୀଙ୍କୁ ସିଏମ କିଷାନ ଅର୍ଥରାଶି ପ୍ରଦାନ କରିଛନ୍ତି ।ଆଜି ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଖାତାକୁ ୯୨୫ କୋଟି ଟଙ୍କା ପଠାଯାଇଛି । ଖରିଫ୍‌ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ ଡିଟିପି ମାଧ୍ୟମରେ ବର୍ଷକୁ ୨ଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିସହ ଭୂମିହୀନ କୃଷକ ପରିବାରଙ୍କ ପାଇଁ ବର୍ଷକୁ ୧୨୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ବର୍ଷକୁ ୩ଟି କିସ୍ତିରେ ସେମାନେ ଅର୍ଥରାଶି ପାଇବେ । ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ୧୯ଶହ୩୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସିଏମ କିଷାନକୁ ନେଇ ଚାଷୀଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହାର ଉତ୍ତର ଦେଉଛି ସିଏମ କିଷାନ ପୋର୍ଟାଲ । ଚାଷୀ ମାନେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରିପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷି ହେଲ୍ପଲାଇନ ନମ୍ବର ୧୫୫୩୩୩ ଜାରି କରାଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking