ବାଲେଶ୍ୱର: ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସହାୟତା ଘୋଷଣା ନେଇ ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ…
— CMO Odisha (@CMO_Odisha) July 15, 2025
ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୈତୃକ ଗାଁ ପଳାସିଆରେ ମର ଶରୀର ପହଞ୍ଚି ପଞ୍ଚଭୂତରେ ଲୀନ ହୋଇଛନ୍ତି ସୋମ୍ୟାଶ୍ରୀ । ଅନ୍ୟପଟେ କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ରୀତିନୀତି ଅନୁସାରେ ନିଜ ଜନ୍ମ ମାଟିରେ ଶେଷକୃତ୍ୟ ହୋଇଛି । ନ୍ୟାୟ ପାଇଁ ଗୁହାରି କରି ଶେଷରେ ହାରିଗଲେ ସୌମ୍ୟାଶ୍ରୀ। ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। କଲେଜର ଅଧ୍ୟାପକ ସମୀର ସାହୁ ସୌମ୍ୟାଶ୍ରୀଙ୍କୁ ବାରବାର ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ସେ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ପୁଲିସଠାରୁ ଆରମ୍ଭ କରି କଲେଜ ଅଧ୍ୟକ୍ଷ, ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଶେଷରେ ନିରାଶ ହେବାକୁ ପଡ଼ିଥିଲା। ଯେଉଁ କାରଣରୁ ସେ କଲେଜରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।










