21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା : ୧୩ ମୃତ

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା : ୧୩ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ପୁଣି ଥରେ ପ୍ରକୃତି ତାଣ୍ଡବ ଲୀଳା। ବଦଲଫଟା ବର୍ଷା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟରେ ବାଦଲଫଟା ବର୍ଷା ହୋଇଛି। ସମେଜ ଓ ବେଗି ବ୍ରିଜ୍‌ ନିକଟରେ ପ୍ରବଳ ବର୍ଷା ଯୋଗୁ ପାଖାପାଖି ୪୫ରୁ ଅଧିକ ଲୋକ ଭାସି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନେକ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ୧୪ ତମ ବାଟାଲିୟନ କମାଣ୍ଡାଣ୍ଟ ବଲଜିନ୍ଦର ସିଂହ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଯେପରି ବିଳମ୍ବ ନହେବା ସେଥି ପାଇଁ ହିମାଚଳ ପ୍ରଦେଶକୁ ଏନଡିଆରଏଫ ଟିମ୍‌ ପଠାଯାଇଛି। ଗୁରୁବାର ସକାଳ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking