18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବାଦଲ ଫଟା ବର୍ଷା: ୭ ମୃତ

ବାଦଲ ଫଟା ବର୍ଷା: ୭ ମୃତ

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ । ଅଚାନକ ବାଦଲ ଫଟା ବର୍ଷା ଫଳରେ ଜମ୍ମୁ ଓ କଶ୍ମୀରର ରାମବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ନିଖୋଜ ଥିବା ସୂଚନା ରହିଛି । ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି । ପ୍ରଶାସନ ତରଫରୁ ଉଦ୍ଧାର କାମ ଜାରି ରହିଛି । ବାନ୍ଦିପୋରାର ଗୁରେଜ ସେକ୍ଟରରେ ମଧ୍ୟ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି । ଗୁରେଜରେ କୌଣସି ମୃତାହତର ଖବର ନଥିବା ବେଳେ ଲୋକଙ୍କ ଭିତରେ ଭୟ ଖେଳିଯାଇଛି । ଗତ କିଛି ଦିନ ଧରି ଜମ୍ମୁ ଓ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଥିବାରୁ ଅନେକ ସ୍ଥାନରେ ଭୂସ୍ଖଳନ ଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking