26.1 C
Bhubaneswar
Friday, March 6, 2026
Homeଓଡିଶାଉତ୍କଳ ଗୋପାଳ ସମାଜ ତରଫରୁ ବସ୍ତ୍ର ବଣ୍ଟନ

ଉତ୍କଳ ଗୋପାଳ ସମାଜ ତରଫରୁ ବସ୍ତ୍ର ବଣ୍ଟନ

ରାୟଗଡ: ଉତ୍କଳ ଗୋପାଳ ସମାଜ ରାୟଗଡ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ଗଉଡ଼ଙ୍କ ନେତୃତ୍ୱରେ ଅତିଥି ଭାବେ ଉତ୍କଳ ଗୋପାଳ ସମାଜର ରାଜ୍ୟ ସଭାପତି ପ୍ରତାପ ଚନ୍ଦ୍ର ପରିଡା, ରାଜ୍ୟ କୋଷାଧ୍ୟକ୍ଷ ଧରଣୀ ଧର ବେହେରା ଓ ରାଜ୍ୟଯୁବ ସଭାପତି କୃଷ୍ଣ ଚନ୍ଦ୍ର ଗଉଡ଼ ଯୋଗ ଦେଇ ସ୍ଥାନୀୟ ଶକ୍ତି ଜରାଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ସହ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ କରିଥିଲେ l ଏହା ସହ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ନିକଟରେ ବସି ଭିକ୍ଷାବୃତ୍ତି କରୁଥିବା ଦୁଃଖୀରଙ୍କୀଙ୍କୁ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ କରିଥିଲେ l ଏହି ଅବସରରେ ରାଜ୍ୟ ସଭାପତି ପ୍ରତାପ ଚନ୍ଦ୍ର ପରିଡା କହିଥିଲେ ଯେ, ଉତ୍କଳ ଗୋପାଳ ସମାଜ ତରଫରୁ ଏହିଭଳି ସେବା କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରୁଛନ୍ତି l ଏଥିସହ ଏହିଭଳି ସେବା କାର୍ଯ୍ୟକ୍ରମ ସମଗ୍ର ରାଜ୍ୟର ସବୁ ଜିଲ୍ଲାରେ କରିବା ନେଇ ପ୍ରକାଶ କରିଥିଲେ l ରାୟଗଡ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ଗଉଡ଼ଙ୍କ ଏହିଭଳି ସମାଜ ସେବା ମନୋଭାବକୁ ଉପସ୍ଥିତ ସମସ୍ତ ଅତିଥି ପ୍ରଶଂସା କରିଥିଲେ l ଏହି ଅବସରରେ ରାୟଗଡ ଜିଲ୍ଲା ମହିଳା ସଭାନେତ୍ରୀ ମୋନାଲିସା ଗଉଡ଼, ଜିଲ୍ଲା ମହିଳା ସମ୍ପାଦିକା କୁନ୍ତୀ ମାହାଙ୍କୁଡ, ଜିଲ୍ଲା ମହିଳା ଉପଦେଷ୍ଟା ଅଳକା ଗଉଡ଼ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking