20.1 C
Bhubaneswar
Saturday, February 14, 2026
Homeଓଡିଶାଭିଜିଲାନ୍ସ ଜାଲରେ କିରାଣୀ

ଭିଜିଲାନ୍ସ ଜାଲରେ କିରାଣୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଶିକ୍ଷା ବିଭାଗର କିରାଣୀଙ୍କ ଘରେ ପଶିଛି ଭିଜିଲାନ୍ସ । ବାଲେଶ୍ୱର ଡିଇଓ କିରାଣୀ ପ୍ରଦାପ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମରେ ଶୁକ୍ରବାର ଚଢ଼ାଉ କରାଯାଇଛି । ବାଲେଶ୍ୱର ଡିଇଓ ଅଫିସ କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଛାପା ମରାଯାଇଛି । ଅଙ୍ଗାରଗାଡ଼ିଆରେ ଥିବା ତିନିମହଲା କୋଠା, ଖନ୍ତାପଡ଼ାରେ ଥିବା ପୈତୃକ ଘର, ନୀଳଗିରି ଓ ଖନ୍ତାପଡ଼ାରେ ଥିବା ସଂପର୍କୀୟଙ୍କ ଘର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରଦୀପ ଦାସଙ୍କ ଅଫିସ ରୁମରେ ଚଢ଼ାଉ କରାଯାଉଛି । ଏହି କନିଷ୍ଠ କିରାଣୀଙ୍କର ଶେରଗଡ଼ରେ ଏକ ମାର୍କେଟ କମ୍ପ୍ଲେକ୍ସ ଥିବା ମଧ୍ୟ ଜଣା ପଡ଼ିଛି । ସେଠାରେ ମଧ୍ୟ ଚଢ଼ାଉ ହୋଇଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚାଢ଼ାଉ କରୁଥିବା ବେଳେ ଏଥିରେ ୨ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୭ ଇନସ୍ପେକ୍ଟର ଓ ୫ ଏଏସଆଇ ସାମିଲ ହୋଇଛନ୍ତି । ତଳିଆ କର୍ମଚାରୀ ଥିବା ପ୍ରଦୀପଙ୍କର ବଡ଼ ବଡ଼ କାରନାମା ସାମ୍ନାକୁ ଆସିଛି । ପେନସନ କରିବାକୁ ଆସୁଥିବା ଲୋକଙ୍କଠାରୁ ସେ ଲାଞ୍ଚ ନେଉଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ ବରଂ କନିଷ୍ଠ କିରାଣୀ ହୋଇ ବରିଷ୍ଠ କିରାଣୀ ଭଳି କାର୍ଯ୍ୟାଳୟରେ ନିଜର ଆଧିପତ୍ୟ ଜାହିର କରୁଥିଲେ । ତେବେ କିଛି ଦିନ ପରେ ତାଙ୍କର ପଦୋନ୍ନତି ହେବାର ଥିଲା । ମାତ୍ର ଏହା ପୂର୍ବରୁ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking