ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜଳେଶ୍ୱର ମ୍ୟୁନିସପାଲଟି କିରାଣୀ ବ୍ରଜଗୋପାଳ ଘୋଷ । ବିଲ ପାସ କରାଇଦେବା ନାହିଁ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଛି ଭିଜିଲାନ୍ସ ଟିମ । ଜଳେଶ୍ୱର ପୌରାଞ୍ଚଳ ଅଧିନରେ କାମ ହୋଇଥିବା ଏକ ବିଲ ପାସ କରିବା ପାଇଁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଜ୍ୟୋତି ମହାପାତ୍ର । ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଚଢାଉ କରିଥିଲେ ।










