23.1 C
Bhubaneswar
Saturday, February 7, 2026
Homeଓଡିଶାଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ 

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ 

ଯାଜପୁର: ଓଡ଼ିଶା ଦିବସ ଠାରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ‘ଓଡ଼ିଆ ପକ୍ଷ’ କୁ ଆଧାର କରି ଷଷ୍ଠ ଦିବସ ତଥା ତା-୦୬-୦୪-୨୦୨୫- ରିଖ ଯାଜପୁର ଜିଲ୍ଲାସ୍ତରୀୟ ଦେବାଳୟ ଓ ଐତିହ ସ୍ଥଳୀ ଗୁଡ଼ିକର ସାମୂହିକ ସ୍ବଚ୍ଛତା ଅଭିଯାନ, ଦଶାଶ୍ୱ ମେଧ ଘାଟ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସକାଳ ୬:୩୦ ଘଟିକା ସମୟରେ ଏବଂ ସକାଳ ୭:୩୦ ସମୟରେ ବିରଜା ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଯାଜପୁର ପୌରପାଳିକା ଓ ଜିଲ୍ଲା ପ୍ରଶାସନ, ଯାଜପୁର ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ୱେଷା ରେଡ୍ଡୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଉପଜିଲ୍ଲାପାଳ ଏବଂ ଯାଜପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତିରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ନେଇ ଏହି ଐତିହ୍ୟ ସ୍ଥଳୀ ଗୁଡିକରେ ସାମୂହିକ।ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା।ଓଡ଼ିଆ ଜାତୀୟତା ଏବଂ ଓଡ଼ିଆ ପରମ୍ପରା ବଜାୟ ରଖିବାରେ ଏହି ଐତିହ୍ୟ ସ୍ଥଳୀ ଗୁଡ଼ିକର ଭୂମିକା ଅତୁଳନୀୟ ବୋଲି ଏକ ବାର୍ତ୍ତା ସାଧାରଣ ନାଗରିକ ମାନଙ୍କୁ ଦିଆଯାଇଥିଲା। ଏହି କ୍ରମରେ ଜିଲ୍ଲାବ୍ୟାପୀ ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ପୀଠ ଗୁଡ଼ିକରେ ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧି ମାନଙ୍କୁ ନେଇ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା, ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ପୀଠ ଓ କୋରେଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ଦେବା ଦେବୀ ସ୍ଥଳରେ ଏହି ସଫେଇ କାର୍ଯ୍ୟକ୍ରମ ହୋଇଯାଇଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking