16.1 C
Bhubaneswar
Thursday, January 16, 2025
Homeଓଡିଶାପୌର ପରିଷଦରେ "ସଫାଇ ଆପଣାଅ ବୀମାରୀ ଭଗାଅ" ସଚେତନତା, ଯୋଗ ଦେଲେନାହିଁ ଉପାଧ୍ୟକ୍ଷ ଓ ସଂଖ୍ୟାଧିକ...

ପୌର ପରିଷଦରେ “ସଫାଇ ଆପଣାଅ ବୀମାରୀ ଭଗାଅ” ସଚେତନତା, ଯୋଗ ଦେଲେନାହିଁ ଉପାଧ୍ୟକ୍ଷ ଓ ସଂଖ୍ୟାଧିକ ପାରିଷଦ 

ଯାଜପୁର : ପରିବେଷକୁ ସ୍ୱଚ୍ଛ ଓ ପରିମଳ ମୁକ୍ତ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ “ସଫାଇ ଆପଣଅ ବୀମାରୀ ଭାଗାଅ” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌର ପରିଷଦ ପକ୍ଷରୁ ବୁଧବାର ସକାଳ ୯ ଘଟିକା ସମୟରେ ଏହି ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା | ଏହି ରାଲି ପୌର କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହରର ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଆସିଥିଲା | ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ତତ୍ୱାବଧାନରେ ପୌର କର୍ମଚାରୀ, ସ୍ଵଛ ସାଥୀ ଓ  ସଫେଇ କର୍ମଚାରୀ ମାନେ ସହରବାସୀଙ୍କୁ ବିଭିନ୍ନ ପ୍ଲାକର୍ଡ ଓ ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ରାସ୍ତାକୁ ଝାଡୁ ମାରି ସଫେଇ କରିଥିଲେ | ନିଜ ଘର ଅଗଣା ସଫା ରଖିବା ସହ ସହରକୁ ପରିମଳ ମୁକ୍ତ ରଖିବାକୁ ନିବେଦନ କରିଥିଲେ | ପରିବେଶ ସ୍ୱଚ୍ଛ ରହିଲେ ଆମେ ରୋଗ ମୁକ୍ତ ରହିପାରିବା ବୋଲି ସହରବାସୀଙ୍କୁ ବାର୍ତ୍ତା ଦେଇଥିଲେ | ଘରର ବର୍ଜ୍ୟ ବସ୍ତୁ ଗୁଡିକୁ ଏଣେ ତେଣେ ବାହାରେ ନ ପକାଇ ଘରକୁ ଘର ଯାଉଥିବା ସଫେଇ ଗାଡ଼ିରେ ଅଳିଆ ଦେବା,ଘର ନିକଟରେ ବର୍ଷାପାଣି ଜମିବାକୁ ନଦେବା, ପୁରୁଣା ଟାୟାର ଓ ଅନାବଶ୍ୟକ ଜିନିଷ ବହୁଦିନ ଧରି ଗୋଟିଏ ସ୍ଥାନରେ ନରଖିବା ପ୍ରଭୁତି ଦିଗ ପ୍ରତି ସଚେତନ କରିଥିଲେ | ଏହି କର୍ଯ୍ୟକ୍ରମ ପ୍ରତ୍ୟେକ ୱାର୍ଡ ଓ ସମଗ୍ର ସହରରେ କରାଯିବ ବୋଲି ନିର୍ବାହୀ ଅଧିକାରୀ ମହାପାତ୍ର ସୂଚନା ଦେଇଥିଲେ | ଏହି ଅଭିଯାନରେ କାଉନସିଲର ଅଶୋକ କୁମାର ଦାସ, ରଶ୍ମିତା ରାଉତ, କାଉନସିଲର ପ୍ରତିନିଧି କୃଷ୍ଣ ଚନ୍ଦ୍ର ରାଉତ,ସ୍ୱାସ୍ଥ୍ୟ ନିରୀକ୍ଷକ ମାଣିକ ରଞ୍ଜନ ନାୟକ, କିଶୋରୀ ଚନ୍ଦ୍ର ରାଉତ, ରୁଚି ପ୍ରିତମ ପୁହାଣ, ଜ୍ୟୋସ୍ନା ମୟୀ ସିଂ, ରିଚିସ୍ମିତା ମହାନ୍ତି, ସତ୍ୟବ୍ରତ ବାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏଠାରେ ସୂଚନା ଯୋଗ୍ୟଯେ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା କର୍ଯ୍ୟକ୍ରମ ଶେଷରେ ପହଁଚି ଥିଲେ l ଉପ ନଗର ପାଳ ଓ ସଂଖ୍ୟାଧିକ ପାରିଷଦ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ନଥିବାରୁ ପୌପରିଷଦର ଗୁମର ପଦା କୁ ଆସି ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking