28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ରୀ, କାହିଁକି ଜାଣିଛନ୍ତି..

ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ରୀ, କାହିଁକି ଜାଣିଛନ୍ତି..

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଅଭାବନୀୟ ଘଟଣା । ଭୋଜୀପୁରା ଅଞ୍ଚଳର ଏକ ଗାଁରେ ନବମ ଶ୍ରେଣୀ ଛାତ୍ରୀ ନିଜର ୨ ସହପାଠୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣା ପର ପୀଡିତା ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଛି । ପୀତିତାଙ୍କ ପିତା କହିଛନ୍ତି ଝିଅ ସହିତ ପଢୁଥିବା ୨ ଜଣ ବାଳକ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ବଡ଼ ଝିଅ ଦେଖିଥିଲା । ବଦନାମ ଭୟରେ ପୀଡିତା ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛି । ଏହି ଘଟଣା ନେଇ ସୂଚନା ମିଳିବା ପରେ ମୁକେଶ ଚନ୍ଦ୍ର ମିଶ୍ରା ସମେତ ଅନ୍ୟ ଅଧିକାରୀ ପହଞ୍ଚି ଥିଲେ । ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଭୋଜୀପୁରା ଅଞ୍ଚଳର ୧୫ ବର୍ଷୀୟ ଛାତ୍ରୀଙ୍କ ସହିତ ସ୍କୁଲର ୨ ଜଣ ବାଳକ ଦୁଷ୍କର୍ମ କରିଥିଲେ ।

ପୀଡିତା ଅଗଷ୍ଟ ୨୬ ତାରିଖ ପଡ଼ୋଶୀ ଘରକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ୨ ବାଳକ ବଳପୂର୍ବକ ନାବାଳିକାକୁ ବିଲ ଆଡ଼କୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ଏହାରି ଭିତରେ ପୀଡିତାର ବଡ଼ ଭଉଣୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ସେ ସମସ୍ତ ଘଟଣା ଦେଖି ଦେଇଥିଲେ । ପୀଡିତାଙ୍କ ପିତାଙ୍କ କହିବା ଅନୁସାରେ ବଡ଼ଝିଅ ସବୁ ଘଟଣା ସଂପର୍କରେ ଘରେ କହିଥିଲା । ଏହା ପରେ ପରିବାର ଲୋକେ ଅଭିଯୁକ୍ତମାନଙ୍କ ଘରେ ପହଞ୍ଚି ଚେତାବନୀ ଦେଇଥିଲେ । ଏହା ପରେ ପୀଡିତାଙ୍କ ପିତା କୌଣସି କାମରେ ବାହାରକୁ ଚାଲିଯାଇଥିଲେ । ଏହାରି ଭିତରେ ପୀଡିତା ଘରେ ଥିବା ଡିଜେଲ ଦେହରେ ଢାଳି ଆତ୍ମଦାହ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକ ଦ୍ୱୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking