ନୂଆଦିଲ୍ଲୀ: ଉତ୍ତପ୍ରଦେଶର ବାଲିଆ ଜିଲ୍ଲାରେ କାର ଏକ ମୋଟର ସାଇକେଲକୁ ଧକ୍କା ଦେବାରୁ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିନ ତିନି ଜଣ ବନ୍ଧୁଙ୍କ ସହ କଥା ହେବା ପାଇଁ ରାସ୍ତା କଡରେ ବାଇକ ପାର୍କିଂ କରିଥିଲେ। ସେହି ସମୟରେ ହଠାତ ଦ୍ରୁତଗାମୀରେ କାରଟି ଆସି ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଅନ୍ୟପଟେ ମୃତକଙ୍କ ବାପା ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ, ଅଜଣା କାର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି ।










