ମୟୁରଭଞ୍ଜ: ହଷ୍ଟେଲରେ ସୀମା ଟପିଲେ ଛାତ୍ର। ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ହୋଇଛି ନିର୍ଯାତନା । ଏଭଳି ଘଟଣା ଘଟିଛି ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ଵା ଅନ୍ତେବାସୀଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ । ଯାହାର ଭିଡ଼ିଓ ସାମ୍ନାକୁ ଆସିଛି । ଏପରିକି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ସାମ୍ନାରେ ୩ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଛି । ଏପରିକି ସେହି ଆଣ୍ଠେଇଥିବା ଛାତ୍ରମାନଙ୍କୁ ପଚାରିବାରୁ ସେମାନଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ଏହି ଦଣ୍ଡ ଦେଇଥିବା କହିଛନ୍ତି । ତେବେ ଭିଡ଼ିଓ ଦେଖି ରାତିରେ ବିଦ୍ୟାଳୟ ପହଞ୍ଚିଥିବା ଅଭିଭାବକଙ୍କୁ ପିଲା କହିଛନ୍ତି ସାଙ୍ଘାତିକ କଥା ।










