34.5 C
Bhubaneswar
Tuesday, April 7, 2026
Homeଓଡିଶାଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୨୦ରୁ ଅଧିକ ଆହତ

ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ୨୦ରୁ ଅଧିକ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧୀନ ଥାଲକୁଡି ପଞ୍ଚାୟତ କଷବା ଗ୍ରାମରେ ୨ ସାହି ମଧ୍ୟରେ ଗୋଷ୍ଠୀ ବିବାଦ ହୋଇଛି । ମଙ୍ଗଳପୁର ଥାନା ବଡକୁଆଁଲ ମୁଖ୍ୟ ରାସ୍ତା କଷବା ଗ୍ରାମ ପାଲାମଣ୍ଡପ ନିକଟରେ ଏଭଳି ଗୋଷ୍ଠୀ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ କୀର୍ତ୍ତନ , କାଲୀ ପୂଜା,ପାଲା ସମୟରେ ବିଭିନ୍ନ କଥାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଭିନ୍ନ ସମୟରେ ଥାନା ଏବଂ ସ୍ଥାନୀୟ ଭଦ୍ର ଲୋକଙ୍କ ଆପୋଷ ବୁଝାମଣା କରାଯାଇଥିଲେ ମଧ୍ୟ ଶାନ୍ତି ଫେରିନଥିଲା । ଆଜି ସକାଳେ ଉଭୟ ସାହିବାସୀ ପରସ୍ପର ଉପରକୁ କାଚ ବୋତଲ, ବାଡି, ଟେକା, ପଥର ଆଦି ଫୋପାଡିଥିଲେ । ଏଥିରେ ୨୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଉତ୍ତେଜନା ଥିବାରୁ ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ମୁତୟନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking