31.1 C
Bhubaneswar
Wednesday, March 25, 2026
Homeଓଡିଶାଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସମ୍ପର୍କରେ ସ୍ପଷ୍ଟିକରଣ

ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସମ୍ପର୍କରେ ସ୍ପଷ୍ଟିକରଣ

ଭୁବନେଶ୍ୱର :ଗତ ୨୦୨୩ ଜୁନ ମାସ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ( ୨୦୨୩ ଓଡିଶା ଅଧିନିୟମ ୭ ) ସମ୍ପର୍କରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ସ୍ପଷ୍ଟୀକରଣ ପ୍ରକାଶ ପାଇଛି । ବର୍ତମାନର ଅଧିନିୟମ ସତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟ ଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟ ଗୁଡିକ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ୱେ ପଞ୍ଜିକରଣ ( ରେଜିଷ୍ଟ୍ରସନ ) କରାଯାଇପାରିବ । , ଏ ନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଜୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି ।ଏ ନେଇ ଆଜି ଗୃହ ଓ ନଗର ଉନୟନ ବିଭାଗ ତରଫରୁ ବିଜ୍ଞ ପ୍ରକାଶ ପାଇଛି ଅପିଲ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି। ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୁଦ୍ଧରେ ପଡିରହିଥିବା ଅପିଲ ଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଡି ରହିଥିବା ପ୍ରାୟ ୭୦୦ ରୁ ଅଧିକ ଅପିଲ ମାମଲାର ଯଥାଶୀଘ୍ର ଫଇସଲା ଉଏବ ଜରୁରୀ ଦାଇତ୍ୱ ପ୍ରଦାନ କରାଯାଇଥିବା ଅଧିକାରୀ ମାନେ ଯଥାଶୀଘ୍ର ପଡି ରହିଥିଵା ଅପିଲ ମାମଲା ଗୁଡିକୁ ଫଇସଲା କରିବାକୁ ନିର୍ଦେଶ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking