33.1 C
Bhubaneswar
Monday, February 23, 2026
Homeଦେଶ ବିଦେଶ୯୧ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏହି ଦେଶର ନାଗରିକତା

୯୧ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏହି ଦେଶର ନାଗରିକତା

ବ୍ୟୁରୋ: ଜଣେ ବ୍ୟକ୍ତିଙ୍କୁ ବିଦେଶ ରାଷ୍ଟ୍ରରେ ନାଗରିକତା ହାସଲ କରିବା ପାଇଁ ଅନେକ କିଛି କରିବାକୁ ପଡ଼େ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଭିନ୍ନ ନିୟମକୁ ମଧ୍ୟ ପୂରଣ କରିବାକୁ ପଡ଼ିଥାଏ। ଉଦାହରଣ ଭାବେ ଆପଣ ଆମେରିକାକୁ ନେଇ ପାରିବେ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ନାଗରିକତାକୁ ନେଇ ବିଭିନ୍ନ ପ୍ରକାରର ନିୟମ ଲାଗୁ କରୁଛନ୍ତି। ବେଆଇନ ଭାବେ ଆମେରିକାରେ ରହୁଥିବା ବାହାର ଦେଶର ଲୋକଙ୍କ ହାତଗୋଡ଼ ବାନ୍ଧି ସେମାନଙ୍କ ରାଷ୍ଟ୍ରକୁ ପଠାଇ ଦେଉଛନ୍ତି। ଯଦି ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ତା’ହେଲେ ଆପଣଙ୍କ ଆମେରିକା ସ୍ୱପ୍ନ ପୂରଣ ହୋଇପାରିବ। ଆମେରିକା ସ୍ୱପ୍ନ ପୂରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାଷ୍ଟ୍ରପତି ଟ୍ରମ୍ପ ଧନୀ ପ୍ରବାସୀଙ୍କ ପାଇଁ ଗୋଟିଏ ବଡ଼ ଭିସା କାର୍ଯ୍ୟକ୍ରମ ଲଞ୍ଚ କରିବାକୁ ଯାଉଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ବିଦେଶୀ ଲୋକମାନେ ଆମେରିକାର ନାଗରିକତା ପାଇ ପାରିବେ ଓ ସେମାନଙ୍କୁ ଗୋଲ୍ଡ କାର୍ଡ ମଧ୍ୟ ମିଳିବ। ସ୍ଥାୟୀ ନାଗରିକତା ପାଇଁ ଆବଶ୍ୟକ ହେଉଥିବା ଗୋଲ୍ଡ କାର୍ଡ ପାଇଁ ଟ୍ରମ୍ପ ୫ ମିଲିୟନ ଡଲାର ବା ୫୦ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୪୪ କୋଟି ଟଙ୍କା ନେବେ। ଏହାର ଅର୍ଥ ୪୪ କୋଟି ଟଙ୍କା ଦେଲେ ଆମେରିକାରେ ଆପଣଙ୍କୁ ସ୍ଥାୟୀ ନାଗରିକତା ମିଳିପାରିବ। ଏମିତି କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ମାତ୍ର କିଛି ଲକ୍ଷ ଟଙ୍କାରେ ବିଦେଶ ରାଷ୍ଟ୍ରର ଲୋକଙ୍କୁ ନିଜ ଦେଶର ନାଗରିକତା ବିକ୍ରି କରୁଛନ୍ତି। ସେଠାରେ ନାଗରିକତା ହାସଲ କରିବା ପାଇଁ ବେଶୀ କାଗଜପତ୍ର କାମ ମଧ୍ୟ କରିବାକୁ ପଡ଼ୁ ନାହିଁ। ସେମିତି ଗୋଟିଏ ରାଷ୍ଟ୍ର ହେଲେ ନୌରୁ। ପ୍ରଶାନ୍ତ ମହାସାଗରରେ ଥିବା ଗୋଟିଏ ଛୋଟିଆ ଦ୍ୱୀପ ହେଉଛି ନୌରୁ। ପରିବେଶ ଓ ଜଳବାୟୁ ପରିବର୍ତ୍ତନରୁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନୌରୁ ପକ୍ଷରୁ ଗୋଟିଏ ବିରଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମାତ୍ର ୨୦ ବର୍ଗ କିଲୋ ମିଟର ଅଞ୍ଚଳ ମଧ୍ୟରେ ସୀମିତ ଥିବା ଏହା ନୌରୁ ନିଜ ଦେଶର ନାଗରିକତା ବିକ୍ରି କରୁଛି। ନୌରୁର ନାଗରିକତା ହାସଲ କରିବା ପାଇଁ ୧୦୫,୦୦୦ ଡଲାର ବା ୯୧.୪୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ୯୧ ଲକ୍ଷ ଟଙ୍କା ଦେବା ମାତ୍ରେ ନୌରୁ ପାସପୋର୍ଟ ଜଣଙ୍କୁ ବେଶ ସହଜରେ ମିଳିଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking