33.9 C
Bhubaneswar
Friday, March 14, 2025
Homeଦେଶ ବିଦେଶଚୌକି ସାଜିପାରେ ବଡ଼ ବିପଦ

ଚୌକି ସାଜିପାରେ ବଡ଼ ବିପଦ

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ପରିବର୍ତ୍ତିତ ଜୀବନଶୈଳୀରେ ସମସ୍ୟା । ଯାହା ଅନେକ ରୋଗର କାରଣ ହୋଇଥାଏ । ଅନ୍ୟ ରୋଗ ଅପେକ୍ଷା ମେରୁଦଣ୍ଡରେ ଯନ୍ତ୍ରଣା ହେବା ପ୍ରାୟତଃ ସ୍ୱାଭାବିକ ସମସ୍ୟା ଏକ ପ୍ରକାରର ସାଧାରଣ ରୋଗ ହେଇଗଲାଣି । ବୟସ ବଢ଼ିବା ସହିତ ଏହି ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ । କେବଳ ବୟସ ବଢିଲେ ହୁଏ ନାହିଁ ବରଂ ଛୋଟ ଛୋଟ ପିଲା ଏବଂ ଯୁବପିଢିଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଦେଖାଯାଉଛି । ଅଫିସ୍ ଚାକିରି ହେତୁ ସୁସ୍ଥ ଜୀବନର ନିୟମ ଭଙ୍ଗ କରୁଛନ୍ତି ଲୋକେ । ଏପରି ସମୟରେ ପିଲା ଠାରୁ ବଡ଼ ପ୍ରାୟତଃ ଅଧିକା ସମୟ ବସି ରହି କାମ କରିବା ଫଳରେ ମେରୁଦଣ୍ଡ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେଣୁ ଏହାର ନିରାକରଣ ସମ୍ପର୍କରେ ଅବଗତ ହେବା ସହିତ ଏହାକୁ ସତର୍କତାର ସହ ପରିଚାଳନା କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ମେରୁଦଣ୍ଡ ଜନିତ ସମସ୍ୟାର ନିରାକରଣ ପାଇଁ ଔଷଧ, ଫିଜିଓଥେରାପି ଏବଂ ବିଶେଷ ଭାବରେ ସର୍ଜରୀ ମାଧ୍ୟମରେ ଉପଚାର କରାଯାଏ ।

ଅନ୍ୟପଟେ ଏହି ସମସ୍ୟାର ନିରାକରଣ ନିଜ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ । ସେଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ନିଜେ ନିଜର ମେରୁଦଣ୍ଡ ସୁରକ୍ଷିତ ରଖିପାରିବେ । ମେରୁଦଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଶାରିରୀକ ଅବସ୍ଥା, କାର୍ଯ୍ୟ କରିବାର ଦକ୍ଷତା, ଶରୀର ଓଜନ, ବ୍ୟାୟାମ ଏବଂ ସଠିକ ଓଜନ ଉଠାଇବା ଆଦି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରାଯାଇପାରେ । ଏହାଦ୍ୱାରା ମେରୁଦଣ୍ଡ ଯନ୍ତ୍ରଣାର ବିଭିନ୍ନ ଆଶଙ୍କାକୃତ ସମସ୍ୟାର ସଫଳ ନିରାକରଣ ସମ୍ଭବ ହୋଇଥାଏ । ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ଠାରୁ ଯୁବ ବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ଗୋଟିଏ ସମସ୍ୟା ଦେଖାଯାଉଛି । ଯାହା ହାଡ ଜନିତ ରୋଗ ଏବଂ ବର୍ତ୍ତମାନ ସମୟରେ ଦେଖାଯାଉଛି ତାହା ମେରୁଦଣ୍ଡ ଜନିତ ସମସ୍ୟା ତଥା ବ୍ୟାକ ପେନ । ଏହା ପାଇଁ ମୁଖ୍ୟ କାରଣ ହେଉଛି ଖରାପ ଜୀବନ ଶୈଳୀ । ଏପରିକି ଅଧିକ ସମୟ ଧରି ଲାପଟପ୍ ହେଉ ବା ସ୍କୁଲ ପିଲାଙ୍କୁ ଅଧିକ ବହି ବସ୍ତାନି ଦେବା ଆଦି ରୋଗ ଅଧିକ ମାତ୍ରାରେ ଦେଖାଯାଇଥାଏ । ଯେହେତୁ ଅଧିକ ସମୟ ଧରି ପିଲାମାନେ ବସି ରହୁଛନ୍ତି ତେଣୁ ପିଲାଙ୍କର ବ୍ୟାକ୍ ପେନ୍ ବୃଦ୍ଧି ପାଇଛି । ଏହା ସହ ଯେଉଁ ମାନେ ଅଫିସରେ ଅଧିକ ସମୟ ଧରି ବସୁଛନ୍ତି ସେମାନଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଉଛି । ବେକ, ପିଠି ଏବଂ ତଳ ପିଠିରେ ଯନ୍ତ୍ରଣା ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking