30.1 C
Bhubaneswar
Sunday, June 30, 2024
Homeଓଡିଶାଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ; ୩୪ କେ.ଜି ଗଞ୍ଜେଇ ସହ କାର ଜବତ, ଜଣେ...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ; ୩୪ କେ.ଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ଯାଜପୁର : ଦୋଲିପୂର୍ ଅବକାରୀ ବିଭାଗ ପକ୍ଷରୁ ଗୋପବନ୍ଧୁ ଛକରେ ଆଜି ଚଢ଼ାଉ କରି ୩୪ କେ.ଜି ଗଞ୍ଜେଇ ସହିତ ଏକ କାର ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ବୁଧବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଆଜି ଦିନ ୧0 : ୩0 ମିନିଟରେ ଯାଜପୁର ରୋଡ଼ ଅବକାରୀ ବିଭାଗର ଅଧିକାରୀ ନାରାୟଣ ବେହେରା ସଦଳବଳେ ଗୋପବନ୍ଧୁ ଛକରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ଗଞ୍ଜେଇ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ l ତେବେ ଏହି ଗିରଫ ବ୍ୟକ୍ତି ଜଣକ ଢେଙ୍କାନାଳ ଜିଲ୍ଲା ଅଂଚଳର ତାରିଣୀ ମଲ୍ଲିକ ବୋଲି ଜଣାପଡିଛି l ସେପଟେ ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେସ ନମ୍ବର ୭୩/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ଏହି ଚଢ଼ାଉରେ ସବ-ଇନସିପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା,ଏସ.ଆଇ କ୍ଷୀରୋଦ କୁମାର ସାହୁ, ଶୁଭସ୍ମିତା ପ୍ରଧାନ, ମାଳତୀ ମାଝୀ ଓ ସୁଚିତ୍ରା ନାୟକଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିଲେ l ସୂଚନା ଯୋଗ୍ୟ ଯେ 15ଦିନ ତଳେ ଏହି ଗୋପବନ୍ଧୁ ଛକ ଠାରେ ଗଞ୍ଜେଇ ଜବତ ହୋଇ ଥିଲା। ଏହି ଛକ ଟି ବ୍ରାଉନ ସୁଗ୍ରାର ଗଞ୍ଜେଇ ମାଫିଆ ମାନଂକ ଆଡ୍ଡା ସ୍ଥଳୀ ହୋଇଚି l ପୋଲିସ୍ ଓ ଅବକାରୀ ବିଭାଗ କୁ ଚକମା ଦେଖାଇ ସେ ମାନଂକ ଚୋରା ବେବସାୟ ଜାରୀ ରଖିଛନ୍ତି ଛୋଟ ଛୋଟ ପିଲା ମହିଳା ମାନଙ୍କୁ ଏହି କାର୍ଯ୍ୟ ରେ ଲଗାଇ ପୋଲିସ୍ ଅବକାରୀ ବିଭାଗ କୁ ଵୋକା ବନାଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking