ଭୁବନେଶ୍ୱର: ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସରକାର ଫେରସ୍ତ କଲେଣି ୪୯ କୋଟି ୬୭ ଲକ୍ଷ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ଗତ ୧୪ ମାସ ମଧ୍ୟରେ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା । ଏଥିରେ ରୋଜ୍ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନି, ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭେଲପର୍ସ ଗ୍ରୁପ୍ ଅଫ୍ କମ୍ପାନି ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେଇଛନ୍ତି ସରକାର । ମୋଟ ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ଦେଇଛନ୍ତି ସରକାର । ୯୬ ହଜାର ୮୦୧ କ୍ଷୁଦ୍ର ଜମାକାରୀଙ୍କୁ ୪୬ କୋଟି ଟଙ୍କା କର୍ପସ ଫଣ୍ଡରୁ ଦିଆଯାଇଛି । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେବାକୁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ୍ ସୃଷ୍ଟି କରାଯାଇଛି । ଭୁବନେଶ୍ୱର ଅର୍ଥନୈତିକ ଶାଖା ମୁତାବକ ରାଜ୍ୟରେ ଆନୁମାନିକ ୨୪ ଲକ୍ଷ ୭୫ ହଜାର ୭୮୨ ଜମାକାରୀ ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।










