ଭୁବନେଶ୍ୱର: ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ଆସିବ ନୂଆ ନିର୍ଦ୍ଦେଶାବଳୀ । ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ନୂଆ ସରକାର । ଏନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୯୬ ହଜାର ୪୭୪ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ହିତାଧିକାରୀଙ୍କୁ ୪୫ କୋଟି ୬୯ ଲକ୍ଷ ଟଙ୍କା ଦିଆଯାଇଛି । ଅବଶିଷ୍ଟ ଜମାକାରୀଙ୍କୁ ଫେରସ୍ତ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।