ଭୁବନେଶ୍ୱର: ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା । ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ବୈଧ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆସେଟସ୍ ଡିସ୍ପୋଜାଲ କମିଟି ବା ଏଡିସିର ଅଧ୍ୟକ୍ଷଙ୍କୁ ୫୧୫ କୋଟି ୩୧ ଲକ୍ଷ ଟଙ୍କାର ଡିମାଣ୍ଡ ଟ୍ରାଫ୍ଟ ହସ୍ତାନ୍ତର କରିଛନ୍ତି । ଏହି ଅର୍ଥ ଏଡିସିଙ୍କ ନିକଟରେ ଏପର୍ଯ୍ୟନ୍ତ ଦାଖଲ ହୋଇଥିବା ୩୧ ଲକ୍ଷ ଦାବି ମଧ୍ୟରୁ ପ୍ରାୟ ୭ ଲକ୍ଷ ୫ ହଜାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ବ୍ୟବହାର କରାଯିବ ବୋଲି ଆକଳନ କରାଯାଉଛି । ପୂର୍ବରୁ ଇଡି ଏଡିସିଙ୍କ ନିକଟରେ ୩୨ ହଜାର ୩୧୯ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ୨୨ କୋଟି ଟଙ୍କା ହସ୍ତାନ୍ତର କରିଥିଲା । ଏବେ ଏହି ଟଙ୍କା ଓଡ଼ିଶା ସମେତ ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗର ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତକୁ ଫେରସ୍ତ କରାଯିବ ।