34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଇଡି ଜାଲରେ ଚିରାଗ ପାଶ୍ୱାନଙ୍କ ସହଯୋଗୀ

ଇଡି ଜାଲରେ ଚିରାଗ ପାଶ୍ୱାନଙ୍କ ସହଯୋଗୀ

ନୂଆଦିଲ୍ଲୀ : ଇଡି ଜାଲରେ  କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ । ହୁଲାସ ପାଣ୍ଡେ  ଠିକଣାରେ ଆଜି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  । ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହି ଚଢ଼ାଉ କରାଯାଇଛି। ଆଜି ସକାଳୁ ଏହି ଚଢ଼ାଉ କରାଯାଇଛି। ଖବର ଲେଖାଯିବା ବେଳକୁ ରେଡ୍ ଜାରି ରହିଥିଲା। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଥିବା ତାଙ୍କ ସଂପତ୍ତିଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଉଛି। ଏଥିରେ ସେମାନଙ୍କୁ ସ୍ଥାନୀୟ ପୁଲିସ ସହଯୋଗ କରୁଛି। କୁହାଯାଏ, ପାଣ୍ଡେ ହେଉଛନ୍ତି ଚିରାଗ ପାଶ୍ୱାନଙ୍କ ଜଣେ ଘନିଷ୍ଠ ସହଯୋଗୀ। ୨୦୧୨ରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସିବିଆଇ ତାଙ୍କୁ ମାଷ୍ଟରମାଇଣ୍ଡ ଦର୍ଶାଇ ଚାର୍ଜଶିଟ୍ ଦାଖଲ କରିବା ପରେ ୨୦୨୩ ଡିସେମ୍ବର ମାସରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ)ର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହୁଲାସ ପାଣ୍ଡେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking