26.8 C
Bhubaneswar
Monday, April 6, 2026
Homeଦେଶ ବିଦେଶଜାପାନ ଜଳସୀମାରେ ପଶିଲା ଚୀନ ଯୁଦ୍ଧ ଜାହାଜ

ଜାପାନ ଜଳସୀମାରେ ପଶିଲା ଚୀନ ଯୁଦ୍ଧ ଜାହାଜ

ଟୋକିଓ : ଅନ୍ୟ ଦେଶର ଜମି ଓ ସମୁଦ୍ର ଉପରେ ଚୀନର ଖରାପ ନଜର ଜାରି ରହିଛି । ସଦ୍ୟତମ ଘଟଣାଟି ଜାପାନ ସହ ଜଡିତ । ଚୀନର ଏକ ଯୁଦ୍ଧ ଜାହାଜ ଜାପାନର ଜଳସୀମାରେ ଅନୁପ୍ରବେଶ କରିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଚୀନ ଜାହାଜର ଅନୁପ୍ରବେଶ ପରେ ଏହାପରେ ଜାପାନ ନୌସେନା ଚୀନ୍ ଜାହାଜକୁ ପିଛା କରିଥିଲା। ଏଥିପାଇଁ ଜାପାନ ତା’ର ଲଢୁଆ ବିମାନ ଓ ଯୁଦ୍ଧ ଜାହାଜକୁ ଚୀନ୍ ଜାହାଜ ପଛରେ ଲଗାଇଥିଲା । ଏହାପରେ ଚୀନ ଜାହାଜକୁ ନିଜ ସୀମାକୁ ଫେରିବାକୁ ପଡ଼ିଥିଲା। ଚୀନ ଜାହାଜର ଅନୁପ୍ରବେଶ ପରେ ଏହାପରେ ଜାପାନ ନୌସେନା ଚୀନ୍ ଜାହାଜକୁ ପିଛା କରିଥିଲା। ଏଥିପାଇଁ ଜାପାନ ତା’ର ଲଢୁଆ ବିମାନ ଓ ଯୁଦ୍ଧ ଜାହାଜକୁ ଚୀନ୍ ଜାହାଜ ପଛରେ ଲଗାଇଥିଲା ।

ଏହାପରେ ଚୀନ ଜାହାଜକୁ ନିଜ ସୀମାକୁ ଫେରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଜାପାନ ଅଭିଯୋଗ କରିଛି ଯେ ଶନିବାର ଦିନ ଚୀନର ଏକ ସର୍ଭେ ଜାହାଜ ନିଜ ଜଳସୀମାରେ ଅନୁପ୍ରବେଶ କରିଛି ଏବଂ ଏ ସଂକ୍ରାନ୍ତରେ ଚୀନ୍ ଦୂତାବାସ ମାଧ୍ୟମରେ ଆନୁଷ୍ଠାନିକ ପ୍ରତିବାଦ ଜଣାଇଛି। ଜାପାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଜାପାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ କାଗୋସିମାରେ ଏହି ଜାହାଜ ଠାବ ହେବା ପରେ ବୈଦେଶିକ ମନ୍ତ୍ରଣାଳୟ ଗଭୀର ଉଦବେଗ ପ୍ରକାଶ କରିଛି। ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚୀନ୍ ଜାହାଜଟି ସ୍ଥାନୀୟ ସମୟ ସକାଳ ୬ଟାରେ ଏହାର ଜଳସୀମାରେ ଦେଖିବାକୁ ମିଳିଥିଲା ଏବଂ ସକାଳ ୮ଟା ପୂର୍ବରୁ ଚାଲିଯାଇଥିଲା। ଗତ ସପ୍ତାହରେ ଟୀନର ଏକ ଲଢୁଆ ବିମାନ ମଧ୍ୟ ଜାପାନ ବାୟୁସୀମାରେ ଅନୁପ୍ରବେଶ କରିଥିଲା । ତେବେ ଜାପାନ ବାୟୁସେନା ପକ୍ଷରୁ ତାହାର ପିଛା କରାଯିବା ପରେ ବିମାନଟି ଫେରିଯାଇଥିଲା । ସଦ୍ୟତମ ଘଟଣା ପରେ ଦୁଇ ଦେଶର ସମ୍ପର୍କ ଆହୁରି ଖରାପ ହେବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking