26.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଚୀନ୍ ବୈଜ୍ଞାନିକ ତିଆରି କଲେ ବିଧ୍ୱଂସକାରୀ ଅସ୍ତ୍ର

ଚୀନ୍ ବୈଜ୍ଞାନିକ ତିଆରି କଲେ ବିଧ୍ୱଂସକାରୀ ଅସ୍ତ୍ର

ନୂଆଦିଲ୍ଲୀ : ନିଜର ଉନ୍ନତ ଟେକ୍ନୋଲୋଜିର ବିକାଶରେ ଚୀନ୍ କରିଛି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି । ଏବେ ଚୀନ୍‌ର ବୈଜ୍ଞାନିକମାନେ ତିଆରି କରିଛନ୍ତି ବିଧ୍ୱଂସକାରୀ ଅସ୍ତ୍ର। ଯାହକି କୌଣସି ଗ୍ରହକୁ ନଷ୍ଟ କରିବାର ରଖିଛି କ୍ଷମତା। ‘ଷ୍ଟାର ୱାର୍ସ ମୁଭି ‘ଡେଥ୍ ଷ୍ଟାର’ରୁ ପ୍ରେରିତ ହୋଇ ତିଆରି ଡ୍ରାଗନ୍ ତିଆରି କରିଥିବା ଦାବି କରିଛି। ଯାହାକୁ କୁହାଯାଉଛି ‘ବିମ୍ ୱିପନ’। ଚୀନ୍ ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଟେକ୍ନୋଲୋଜି କ୍ଷେତ୍ରରେ ଆଗେଇଲେ ଆହୁରି ଦୁଇ ପାଦ। ତିଆରି କଲେ ‘ଡେଥ୍ ଷ୍ଟାର’ ଭଳି ଅସ୍ତ୍ର। ଷ୍ଟାର ୱାର୍ସ ମୁଭି ’ଡେଥ୍ ଷ୍ଟାର’ରୁ ପ୍ରେରିତ ହୋଇଥିବା ହତିଆର। ଏହି ଅସ୍ତ୍ର ହେଉଛି ମାଇକ୍ରୋୱେଭ୍ ବିମ୍‌। ମହାକାଶରେ ଥିବା ଶତ୍ରୁ ରାଷ୍ଟ୍ରର ସାଟେଲାଇଟ୍‌କୁ କରିଦେବ ନଷ୍ଟ। ଏହି ବିଶାଳ ଅସ୍ତ୍ରର ନାଁ ହେଉଛି ‘ହାଇ ପାୱାର୍ଡ ମାଇକ୍ରୋୱେଭ୍ ୱିପନ’ ବା ଏଚପିଏମ । ବହୁ ମାଇକ୍ରୋୱେଭ୍ ବିମ୍‌କୁ ସିଙ୍ଗଲ ଟାର୍ଗେଟ କରିବା ଉପରେ ଏହା ଫୋକସ୍ କରିଥାଏ। ନିକଟରେ ଏହି ୱିପନ ସିଷ୍ଟମର ସମସ୍ତ ଟେଷ୍ଟିଂ ସରିଛି।

ଆଗକୁ ବ୍ୟବହାର କରିବ ଚୀନ୍ ସେନା। ବେ ପ୍ରଶ୍ନ ଉଠୁଛି ଯେଉଁମାନେ ‘ଷ୍ଟାର ୱାରର୍ସ’ ଫିଲ୍ମ ଦେଖି ନାହାନ୍ତି, ସେମାନେ କିଭଳି ଜାଣିବେ ଫିଲ୍ମର କାହାଣୀ ହେଉଛି ୮ଟି ଅଲଗା ଅଲଗା ଲେଜର ବିମ୍ ବା କିରଣକୁ ଯୋଡି ତିଆରି କରାଯାଉଛି ଗୋଟିମ୍ ବିମ୍ । ଏହି କିରଣ ଦ୍ୱାରା ଶତ୍ରୁ ଉପରେ କରାଯାଏ ଆକ୍ରମଣ। ଏଭଳି ଶକ୍ତିଶାଳୀ କିରଣ ଦ୍ୱାରା ପୁରା ଗ୍ରହ ନଷ୍ଟ ହୋଇଯାଏ। ଫିଲ୍ମରେ ବମ୍‌, ବାରୁଦ କିମ୍ବା ଟ୍ୟାଙ୍କ ନୁହେଁ କେବଳ ଲେଜର ୱିପନ ଦେଖିବାକୁ ମିଳିଛି। ଚୀନ୍ ଦାବି କରୁଛି ଠିକ୍ ସେଭଳି ଏକ ହତିଆର ତିଆରି କରିଛି। ସାଟେଲାଇଟ୍ ବ୍ୟତୀତ ଏହା ମେସିନ୍‌, ରାଡାର ସିଷ୍ଟମ, କମ୍ପ୍ୟୁଟର, କମ୍ୟୁନିକେସନ୍ ଇନଫ୍ରାଷ୍ଟକଚର ଓ ମିସାଇଲକୁ ମଧ୍ୟ ଟାର୍ଗେଟ କରିପାରେ। ଯୁଦ୍ଧରେ ଏହି ହତିଆର ଖୁବ୍ ଘାତକ ପ୍ରମାଣିତ ହୋଇପାରେ। ଏଭଳି ହତିଆର ବହୁ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ୱେଭ୍‌କୁ ସଠିକ ସମୟରେ ନିର୍ଦ୍ଧାରିତ କରିଥାଏ। ତେବେ ଏହି ଟେକ୍ନୋଲୋଜିକୁ ମ୍ୟାନେଜ କରିବା ଖୁବ୍ କଷ୍ଟକର। କାରଣ କିରଣକୁ ନିୟନ୍ତ୍ରଣ କରି ଶତ୍ରୁକୁ ଟାର୍ଗେଟ କରିବା ସହଜ ନୁହେଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking