32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଆମେରିକାର ନିଦ ହଜାଇ ଦେଇଛନ୍ତି ଚୀନ୍ ହ୍ୟାକର୍ସ

ଆମେରିକାର ନିଦ ହଜାଇ ଦେଇଛନ୍ତି ଚୀନ୍ ହ୍ୟାକର୍ସ

ନୂଆଦିଲ୍ଲୀ: ଚୀନ୍‌ର ଦକ୍ଷତା ସଂପନ୍ନ ହ୍ୟାକର୍ସ ଆମେରିକାକୁ ଚିନ୍ତାରେ ପକାଇ ଦେଇଛନ୍ତି । ଚୀନ୍ ସରକାରଙ୍କ ସହ ଜଡ଼ିତ ହ୍ୟାକର୍ସଙ୍କ ଏକ ସମୂହ ଆମେରିକାର ଅନେକ ଟେଲିକମ୍ କମ୍ପାନିର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିଛନ୍ତି । ଏହାକୁ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ଚୀନ୍ ହ୍ୟାକର୍ସ ବହୁ ଆମେରିକୀୟ ଟେଲିକମ୍ କମ୍ପାନିର ସୁରକ୍ଷା ବ୍ୟବସ୍ଥା ଭେଦ କରି ଡାଟା ଚୋରି କରିଥିବା ଆଶଙ୍କା କରାଯାଉଛି । ହ୍ୟାକର୍ସ ଦେଶର ସୁରକ୍ଷା ସହ ଜଡ଼ିତ କୌଣସି ସମ୍ବେଦନଶୀଳ ସୂଚନା ଚୋରି କରିବା ଉଦ୍ଦେଶ୍ୟରେ ଏହି ସାଇବର ଆକ୍ରମଣ କରିଥାଇ ପାରନ୍ତି । ଆମେରିକୀୟ ତଦନ୍ତ ଅଧିକାରୀଙ୍କ ଅନୁସାରେ, ହ୍ୟାକର୍ସ ଓାୟରଟାପ୍ ୱାରେଣ୍ଟ ପର୍ଯ୍ୟନ୍ତ ପହଞ୍ଚି ଥାଇପାରନ୍ତି । ତେବେ ହ୍ୟାକର୍ସ କେଉଁ ସବୁ ସୂଚନା ଚୋରି କରିଛନ୍ତି ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।

ହ୍ୟାକର୍ସ ଏଟି ଆଣ୍ଡ ଟି, ଭେରିଜୋନ୍ ଏବଂ ଲୁମେନ ଭଳି ପ୍ରମୁଖ ବ୍ରଣ୍ଡବ୍ୟାଣ୍ଡ ଏବଂ ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥାକୁ ଟାର୍ଗେଟ କରିଥିଲେ । ଏହି ହ୍ୟାକିଂ ଜରିଆରେ ଦେଶର ସୁରକ୍ଷା ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ନେଇ ଆମେରିକୀୟ ଅଧିକାରୀ ଚିନ୍ତାରେ ରହିଛନ୍ତି । ୱାସିଂଟନ ଏବଂ ବେଜିଂ ମଧ୍ୟରେ ସାଇବର ଆକ୍ରମଣକୁ ନେଇ ବିବାଦ ମଧ୍ୟରେ ଚୀନ୍‌ର ହ୍ୟାକର୍ସ ଆମେରିକୀୟ ସଂସ୍ଥାକୁ ଟାର୍ଗେଟ କରିଛନ୍ତି । ସେପଟେ ଏଟି ଆଣ୍ଡ ଟି, ଭେରିଜୋନ ଏବଂ ଲୁମେନ କମ୍ପାନି ପକ୍ଷରୁ ଏହି ହ୍ୟାକିଂ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଏହା କମ୍ପାନିଗୁଡ଼ିକ ଲାଗି ବଡ଼ ଝଟକା ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । କମ୍ପାନିଗୁଡ଼ିକୁ ନିଜର ସୁରକ୍ଷା ପ୍ରଣାଳୀକୁ ଆହୁରି ମଜଭୁତ କରିବାକୁ ପଡ଼ିବ ବୋଲି ସେମାନେ ଦାବି ମଧ୍ୟ କରିଛନ୍ତି । ଏଭଳି ଘଟଣା କେବଳ କମ୍ପାନି ପାଇଁ ନୁହେଁ ବରଂ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବଡ଼ ଚ୍ୟାଲେଞ୍ଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking