25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶସୋମାଲିଆ ଜଳଦସ୍ୟୁଙ୍କ କବଳରେ ଚୀନ୍‌ର ମାଛଧରା ଜାହାଜ

ସୋମାଲିଆ ଜଳଦସ୍ୟୁଙ୍କ କବଳରେ ଚୀନ୍‌ର ମାଛଧରା ଜାହାଜ

ମୋଗାଦିସୁ: ଚୀନ୍ ପାଇଁ ସୋମାଲିଆ ଜଳଦସ୍ୟୁ ଏବେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି। ରିପୋର୍ଟ ଅନୁସାରେ ଚୀନ୍‌ର ଏକ ମାଛ ଧରା ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରିନେଇଛନ୍ତି। ସୋମାଲିଆ ଉପକୂଳରୁ ହିଁ ଚୀନ୍‌ର ଏହି ମାଛଧରା ଜାହାଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଜାହାଜରେ ୧୮ଜଣ କ୍ର‌୍ୟୁ ସଦସ୍ୟ ରହିଥିବା କୁହାଯାଉଥିଲେ ମଧ୍ୟ ଚୀନ୍ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷେ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ୟୁରୋପୀୟ ୟୁନିଅନର ଡକାୟତି ବିରୋଧୀ କର୍ମଚାରୀ ଏହି ସୂଚନା ଦେଇଛନ୍ତି। ୟୁଏଇର ନୌସେନା ବାହିନୀ ଅପରେସନ୍ ଆଟଲାଣ୍ଟା ଏନେଇ ଏକ ବିବୃତି ଜାରି କରିଛି। ୟୁରୋପୀୟ ଫୋର୍ସ କହିଛି ଯେ, ସୋମାଲିଆ ଜଳଦସ୍ୟୁ, ଚୀନ୍‌ର ଏହି ମାଛଧରା ଜାହାଜ ଉପରେ ନିୟନ୍ତ୍ରଣ କରିନେଇଛନ୍ତି। ଜାହାଜର କର୍ମଚାରୀମାନେ ସେମାନଙ୍କ କଥାରେ ରାଜି ହୋଇଯିବାରୁ ଏବଂ ଆତ୍ମସମର୍ପଣ କରିବାରୁ ସେମାନେ କୌଣସି ଜାହାଜ କର୍ମଚାରୀଙ୍କୁ କ୍ଷତ ପହଞ୍ଚାଇନାହାନ୍ତି। ପ୍ରକାଶ, ସୁଏଜ୍ କେନାଲ ଏବଂ ଲୋହିତ ସାଗର ଦେଇ ପ୍ରମୁଖ ଅନ୍ତର୍ଜାତୀୟ ଜାହାଜ ପରିବହନ ପଥ ନିକଟରେ ଅଞ୍ଚଳରେ ଏଭଳି ଡକାୟତି ବୃଦ୍ଧି ପାଇବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking