24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶସୀମାଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍‌: ରିପୋର୍ଟ

ସୀମାଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍‌: ରିପୋର୍ଟ

ନୂଆଦିଲ୍ଳୀ: ଭାରତ ସହ ସଂଲଗ୍ନ ଥିବା ବିବାଦୀୟ ଗଲୱାନ ଘାଟି ସମେତ ୪ଟି ସୀମାନ୍ତ ଅଞ୍ଚଳରୁ ଚୀନ୍ ସୈନ୍ୟ ପ୍ରତ୍ୟାହାର କରିନେଇଛି। ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଏସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି। ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା)ରେ ଏବେ ସାମ୍ପ୍ରତିକ ପରିସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣାଧୀନ ରହିଥିବା ୱାଙ୍ଗ ୟି କହିଛନ୍ତି। ପ୍ରକାଶ, ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମିଳିତ ଭାବେ ସେନା ପ୍ରତ୍ୟାହାର ସମସ୍ୟାକୁ ୭୫% ସମାଧାନ କରିସାରିଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମନ୍ତବ୍ୟ ଦେବା ପରେ ଚୀନ୍ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି।

ସୂଚନାଯୋଗ୍ୟ, ଏଲଏସିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ତଥା ଉତ୍ତେଜନାଜନକ ପରିସ୍ଥିତି ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁନଃସ୍ଥାପନ ଲାଗି ସୀମାରୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର ଜରୁରୀ ବୋଲି ଭାରତ କହିବା ସହିତ ବାରମ୍ବାର ବିଭିନ୍ନ ସ୍ତରରେ ଚୀନ ଉପରେ ଚାପ ପକାଇଆସୁଛି। ତେବେ ଏସବୁ ମଧ୍ୟରେ ଚୀନ୍ ଗଲୱାନ୍ ସମେତ ୪ଟି ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ନିଜ ସେନାକୁ ଅପସାରଣ କରାଇନେଇଥିବା ସମ୍ପର୍କରେ ଖୁଲାସା କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଡେମଚୋକ୍ ଏବଂ ଡେପସାଙ୍ଗ ଅଞ୍ଚଳରେ ଚୀନ୍ ପକ୍ଷରୁ ଏଯାଏ ସୈନ୍ୟ ଅପସାରଣ କରାଯାଇନାହିଁ।

ଏହି ଦୁଇ ଅଞ୍ଚଳ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନାରେ କୌଣସି ଅଗ୍ରଗତି ହୋଇ ନାହିଁ। ପ୍ରକାଶ, ଗତ ସେପ୍ଟେମ୍ବର ୧୨ ତାରିଖରେ ଚୀନ୍‌ର ୱାଙ୍ଗ ୟି ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କୁ ସେଣ୍ଟ ପିଟର୍ସବର୍ଗରେ ସାକ୍ଷାତ କରିଥିଲେ। ସୀମା ସମସ୍ୟା ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦ୍ୱିପାକ୍ଷିକ ଆଲୋଚନା ତଥା ବୁଝାମଣା ଜରିଆରେ ସମସ୍ୟାର ସମାଧାନ ଲାଗି ଦୁଇ ଅଧିକାରୀ ସହମତି ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking