31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଆମେରିକାକୁ ଚୀନ୍‌ର ପାଲଟା ଜବାବ; ଆମେରିକୀୟ ଉତ୍ପାଦ ଉପରେ ଲଗାଇଲା ୮୪% ଶୁଳ୍କ

ଆମେରିକାକୁ ଚୀନ୍‌ର ପାଲଟା ଜବାବ; ଆମେରିକୀୟ ଉତ୍ପାଦ ଉପରେ ଲଗାଇଲା ୮୪% ଶୁଳ୍କ

ୱାଶିଂଟନ୍‌: ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଅଧିକ ଉଗ୍ରାଭିମୁଖୀ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ବୁଧବାର ଚୀନ୍ ଆମେରିକା ଉପରେ ପାଲଟା ୮୪% ପ୍ରତିଶତ ଶୁଳ୍କ ଲଗାଇଛି। ଚୀନ୍ ଉପରେ ଆମେରିକା ଲାଗୁକରିଥିବା ୧୦୪% ଶୁଳ୍କ ଆଜି ଠାରୁ ଲାଗୁ ହୋଇଥିବା ବେଳେ ଚୀନ୍ ପକ୍ଷରୁ ଆମେରିକୀୟ ଉତ୍ପାଦ ବା ସାମଗ୍ରୀ ଉପରେ ଏହି ୮୪%ର ବର୍ଦ୍ଧିତ ଶୁଳ୍କ ଗୁରୁବାର ଠାରୁ ଲାଗୁହେବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଚୀନ୍ ଏବେ ନିଜ ବଜାରକୁ ଆସୁଥିବା ଏବଂ ବିକ୍ରି ହେଉଥିବା ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଗୁରୁବାର ଠାରୁ ୮୪% ଶୁଳ୍କ ଆଦାୟ କରିବ। ତେବେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ ବୋଲି ଆର୍ôଥକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ୍‌ଙ୍କ ପାରସ୍ପରିକ ଶୁଳ୍କ ଘୋଷଣା ହେବା ପରେ ଚୀନ ଆମେରିକା ଉପରେ ୩୪% ଶୁଳ୍କ ଲାଗୁ କରିଥିଲା। ଟ୍ରମ୍ପ୍ ଚୀନ୍‌କୁ ଚେତାବନୀ ଦେଇ ଶୁଳ୍କ ପ୍ରତ୍ୟାହାର କରିବାକୁ କହିଥିଲେ। ନଚେତ୍ ଅଧିକ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ୍ ଚେତାବନୀ ଦେଇଥିଲେ। ଚୀନ୍ କିନ୍ତୁ ଟ୍ରମ୍ପଙ୍କ ଧମକକୁ ଖାତିର କରି ନ ଥିଲା। ଯାହାଫଳରେ ଟ୍ରମ୍ପ ଚୀନ୍ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲଗାଇଥିଲେ। ଏହାର ଜବାବରେ ଚୀନ୍ ୮୪% ଶୁଳ୍କ ଲଗାଇଛି। ଚୀନ୍‌ର ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଠାରୁ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ୮୪% ଶୁଳ୍କ ଘୋଷଣା କରିଛି, ଯାହା ପୂର୍ବରୁ ଘୋଷିତ ୩୪% ଥିଲା।

ଟ୍ରମ୍ପ୍ ଚୀନ୍ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ଚୀନ୍ ଟ୍ରମ୍ପ୍‌ଙ୍କ ନୀତିକୁ “ଅହଂକାରୀ ଏବଂ ଧମକପୂର୍ଣ୍ଣ ଆଚରଣ’ ବୋଲି କହିଥିଲା। ଏହି ସମୟରେ ଚୀନ୍ କିନ୍ତୁ ସ୍ପଷ୍ଟ କରିଦେଇଥିଲା ଯେ, ଆମେରିକାର ବର୍ଦ୍ଧିତ ଶୁଳ୍କ ଧମକକୁ ନେଇ ଚୀନ୍ ଚିନ୍ତିତ ନୁହେଁ। ଏହାର ଦିନକ ପରେ ଚୀନ୍ ଏହି ୮୪% ଶୁଳ୍କ ନୀତି ଲାଗୁ କରିବା ନେଇ ଘୋଷଣା କରିଛି। ପୂର୍ବରୁ ଚୀନ୍ ଉପରେ ଆମେରିକା ପକ୍ଷରୁ ୧୦% ଶୁଳ୍କ ନୀତି କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ଟ୍ରମ୍ପ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏହାକୁ ଅତିରିକ୍ତ ୩୪% ବୃଦ୍ଧି କରିଦେଇଥିଲେ। ଅର୍ଥାତ୍ ଚୀନ୍ ଉପରେ ଆମେରିକା ୪୪% ଶୁଳ୍କ ନୀତି ଲାଗୁ କରିବ ବୋଲି ଘୋଷଣା କରିଥିଲା। ପରେ ଆମେରିକା ସବୁଦେଶଙ୍କ ଉପରେ ଶୁଳ୍କଜନିତ ଏକ ସ୍ଥିର ବେସଲାଇନ୍ ନିର୍ଦ୍ଧାରଣ କରିବା ଆଳରେ ଅତିରିକ୍ତ ୧୦% ଶୁଳ୍କ ଯୋଡିଥିଲେ। ଅର୍ଥାତ୍ ଚୀନ୍ ଉପରେ ଏବେ ଆମେରିକାର ୫୪% ଶୁଳ୍କ ହୋଇଯାଇଥିଲା। କିନ୍ତୁ ଏହାର ଜବାବରେ ଚୀନ୍ ଏହାକୁ ପ୍ରତ୍ୟାଖାନ କରିବା ସହ ଆମେରିକୀୟ ସାମଗ୍ରୀ ଆମଦାନୀ ଉପରେ ୩୪% ଅତିରିକ୍ତ ଶୁଳ୍କ ଲାଗୁ କରିଥିଲା। ଅନ୍ୟପକ୍ଷେ ଟ୍ରମ୍ପ୍ ଚୀନ୍‌କୁ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ ଏବଂ ଏପରି ନକଲେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ଏହିକ୍ରମେ ଟ୍ରମ୍ପ୍ ଆହୁରି ୫୦% ଶୁଳ୍କ ଚୀନ୍ ଉପରେ ଲାଗୁ କରିଦେଇଥିଲେ ଯାହାଫଳରେ ଚୀନ୍ ଉପରେ ଆମେରିକାର ମୋଟ୍ ୧୦୪% ଶୁଳ୍କ ହୋଇଯାଇଥିଲା। ତେବେ ଏହାର ଜବାବରେ ଚୀନ୍ ଏବେ ଆମେରିକା ଏବଂ ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଶୁଳ୍କ ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking