29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆମେରିକାକୁ ପାଲଟା ଜବାବ ଦେଲେ ଚୀନ୍‌, ମେକ୍ସିକୋ

ଆମେରିକାକୁ ପାଲଟା ଜବାବ ଦେଲେ ଚୀନ୍‌, ମେକ୍ସିକୋ

ୱାଶିଂଟନ୍‌: କାନାଡା, ମେକ୍ସିକୋ ଓ ଚୀନ୍ ବିରୋଧରେ ଶୁଳ୍କ ବୃଦ୍ଧି ଲାଗୁ କରିବା ଏବେ ଆମେରିକା ପାଇଁ ବୁମେରାଂ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ ଏହି ୩ ଦେଶ ଏବେ ଆମେରିକାର ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ସମାନ ଢ଼ଙ୍ଗରେ ପାଲଟା ଜବାବ ଦେଇଛନ୍ତି। ଏହି ୩ ଦେଶ ଏବେ ଆମେରିକାରୁ ସେମାନଙ୍କ ଦେଶକୁ ଆସୁଥିବା ସାମଗ୍ରୀ ଉପରେ ବର୍ଦ୍ଧିତ ସୀମା ଶୁଳ୍କ ଲାଗୁ କରିଛନ୍ତି। ଆମେରିକା ପକ୍ଷରୁ କାନାଡ଼ା ଓ ମେକ୍ସିକୋ ଉପରେ ୨୫% ସୀମା ଶୁଳ୍କ ଆମେରିକା ଲଗାଇଥିବା ବେଳେ ଏହି ଦୁୂଇ ରାଷ୍ଟ୍ର ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫%ର ସୀମା ଶୁଳ୍କ ଲାଗୁ କରିଛନ୍ତି।

ସେହିପରି ଆମେରିକା ଚୀନ୍ ଉପରେ ୧୦% ଶୁଳ୍କ ଲାଗୁ କରିଥିବାରୁ ଚୀନ୍ ମଧ୍ୟ ଏବେ ଆମେରିକା ସାମଗ୍ରୀ ଉପରେ ୧୦% ଶୁଳ୍କ ଲାଗୁ କରିଛି ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ସମ୍ମୁଖରେ ଆମେରିକା ବିରୋଧରେ ଅଭିଯୋଗ କରିଥିବା ସୂଚନା ମିଳିଛି। ତେବେ ଏହି ୩ ରାଷ୍ଟ୍ରଙ୍କ ଏପ୍ରକାର ପାଲଟା ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନରମ ପଡ଼ିଥିବା ସୂଚନା ମିଳିଛି। ମେକ୍ସିକୋ ସହ ଶୁଳ୍କ ବୃଦ୍ଧି ପ୍ରସଙ୍ଗରେ ସେ ଆଲୋଚନା କରିବେ ଏଥିପାଇଁ ବର୍ଦ୍ଧିତ ସୀମା ଶୁଳ୍କ ପ୍ରକ୍ରିୟାକୁ ମାସାଧିକ କାଳ ଯାଏ ସ୍ଥଗିତ ରଖିଛି ଆମେରିକା। ପ୍ରକାଶ, ଆମେରିକାର ଏହି ସୀମା ଶୁଳ୍କ ବୃଦ୍ଧିଜନିନ ନିଷ୍ପତ୍ତି ଯୋଗୁ ଡଲାର ତୁଳନାରେ ବିଶ୍ୱର ଅଧିକାଂଶ ଦେଶଙ୍କ ମୁଦ୍ରା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହାକୁ ନେଇ ଏବେ ବିଶ୍ୱସ୍ତରରେ ଏକ ବ୍ୟବସାୟିକ ଯୁଦ୍ଧ ଆରମ୍ଭ ହୋଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking