28.1 C
Bhubaneswar
Saturday, July 19, 2025
Homeଦେଶ ବିଦେଶସିସିଟିଭି ମାଧ୍ୟମରେ ଗୁଇନ୍ଦାଗିରି କରୁଛି ଚୀନ୍‌; ନୂଆ ନିୟମ ଆଣିଲେ ଭାରତ ସରକାର

ସିସିଟିଭି ମାଧ୍ୟମରେ ଗୁଇନ୍ଦାଗିରି କରୁଛି ଚୀନ୍‌; ନୂଆ ନିୟମ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ହେଉଥିବା ସିସିଟିଭି କ୍ୟାମେରାଗୁଡ଼ିକ ମୁଖ୍ୟତଃ ଚୀନ୍ ନିର୍ମିତ । ତେବେ ଚୀନ୍ ଏବେ ଏହି ସିସିଟିଭି ମାଧ୍ୟମରେ ଭାରତରେ ଗୁଇନ୍ଦାଗିରି କରୁଥିବା ନେଇ ରିପୋର୍ଟ ଆସିଛି । ସୂଚନାନୁସାରେ ଏଣିକି ସିକ୍ୟୁରିଟି କ୍ୟାମେରା ନିର୍ମାଣକାରୀ କମ୍ପାନୀଙ୍କ ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା ନିୟମକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ସିକ୍ୟୁରିଟି ଟେଷ୍ଟିଂ ନୀତି ଯୋଗୁ ବୈଶ୍ୱିକ ସର୍ଭିଲାନ୍ସ ଉପକରଣ ନିର୍ମାତାମାନେ ଭାରତକୁ ସିସିଟିଭି ଯୋଗାଇବାକୁ ମଙ୍ଗୁନାହାନ୍ତି । ଏଭଳି ସ୍ଥିତିରେ ସିକ୍ୟୁରିଟି ନିର୍ମାଣକାରୀକମ୍ପାନୀଗୁଡ଼ିକ ସରକାରୀ ପ୍ରୟୋଗଶାଳାରେ ମୂଲ୍ୟାଙ୍କନ ପାଇଁ ସେମାନଙ୍କ ହାର୍ଡୱେର, ସଫ୍ଟୱେର ଓ କୋଡ୍ ସୋର୍ସ ଆଦି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୨୧ରେ ତତ୍କାଳୀନ ଇନ୍‌ଫର୍ମେଶନ୍ ଟେକ୍ନୋଲୋଜି (ଆଇଟି) ରାଷ୍ଟ୍ରମନ୍ତ୍ରୀ ସଂସଦରେ ସୂଚନା ଦେଇ କହିଥିଲେ ଯେ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସଂଲଗ୍ନ ୧୦ ଲକ୍ଷ ସିସିଟିଭି କ୍ୟାମେରା ଚାଇନା କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ହୋଇଛି । ତେଣୁ ସର୍ଭରର୍ସ ବୋର୍ଡକୁ ଭିଡିଓ ଡାଟା ଟ୍ରାନ୍ସଫର ହେବା ଆଶଙ୍କା ରହିଛି । ତେବେ ଗତ ଏପ୍ରିଲରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ଏଣିକି ବାହାରୁ ଭାରତକୁ ଆସୁଥିବା ସମସ୍ତ ସିସିଟିଭି ତଥା ଅନ୍ୟ ସିକ୍ୟୁରିଟି କ୍ୟାମେରାଗୁଡ଼ିକୁ କମ୍ପାନୀଗୁଡ଼ିକ ଭାରତ ସରକାରଙ୍କ ଲ୍ୟାବ୍‌ରେ ଯାଞ୍ଚ କରାଇବା ପାଇଁ ଦାଖଲ କରିବେ । ଏହି ନୀତି ୨୦୨୫ ଏପ୍ରିଲ ୯ ପରଠୁ ନିର୍ମିତ କିମ୍ବା ଆମଦାନୀ ହୋଇଥିବା ସମସ୍ତ ଇଣ୍ଟରନେଟ୍ ସଂଯୋଗଯୁକ୍ତ ସିସିଟିଭି ମଡେଲ ପାଇଁ ପ୍ରଯୁଜ୍ୟ ହେବ । ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ସାଇବର ସିକ୍ୟୁରିଟି ମୁଖ୍ୟ ଥିବା ଗୁଲଶନ ରାୟ କହିଛନ୍ତି, ସିସିଟିଭି କ୍ୟାମେରାରେ ସବୁବେଳେ ଗୁପ୍ତଚରଗିରି କରାଯିବା ନେଇ ରିସ୍କ ରହୁଛି । ବିଶେଷକରି ଇଣ୍ଟରନେଟ-କନେକ୍ଟେଡ୍ ସିସିଟିଭିକୁ ଯେକେହି ହ୍ୟାକ୍ କରିପାରିବେ । ତେଣୁ ସେଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking