19.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଚିଲ୍ଲି

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଚିଲ୍ଲି

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଚିଲ୍ଲି । ଆଜି ଦକ୍ଷିଣ ଚିଲ୍ଲିରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂମିକମ୍ପ । ଏହାର ତୀବ୍ରତା ୬.୪ ମପାଯାଇଛି । ଭାରତୀୟ ମାନକ ସମୟ ଅନୁସାରେ ଭୂମିକମ୍ପ ସନ୍ଧ୍ୟା ୫ଟା ୮ ମିନିଟରେ ଅନୁଭୂତ ହୋଇଥିଲା । ୪୬.୭୧ ଡିଗ୍ରୀ ଦକ୍ଷିଣ ଏବଂ ୭୫.୫୫ ଡିଗ୍ରୀ ପଶ୍ଚିମ ମଧ୍ୟରେ ଏହାର କେନ୍ଦ୍ରସ୍ଥଳ ଥିଲା, ଯାହାକି ଚିଲ୍ଲିର ଦକ୍ଷିଣ ଭାଗରେ ଅବସ୍ଥିତ ।

 ଏହି ଭୂମିକମ୍ପର ଗଭୀର ଥିଲା ୬୧ କିଲୋମିଟର । ଭୂବୈଜ୍ଞାନିକଙ୍କ ଅନୁସାରେ, ଏହି ଭୂମିକମ୍ପକୁ ମଧ୍ୟମରୁ ଶକ୍ତିଶାଳୀ ଭୂମିକମ୍ପ ରୂପେ ବିବେଚନା କରାଯାଉଛି । ଚିଲ୍ଲି ‘ପେସିଫିକ୍ ରିଙ୍ଗ ଅଫ୍ ଫାୟାର’ରେ ଅବସ୍ଥିତ, ଯାହା ଭୂମିକମ୍ପ ପାଇଁ ଜଣାଯାଇଥାଏ । ଏହି ଅଞ୍ଚଳ ନିୟମିତ ରୂପେ ଭୂଗର୍ଭୀୟ ଗତିବିଧିର ଶିକାର ହୋଇଥାଏ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଭୂମିକମ୍ପରେ କୌଣସି ବଡ଼ କ୍ଷତି କିମ୍ବା ଜନହାନିର ଖବର ସାମ୍ନାକୁ ଆସିନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ଏବଂ ଅନେକ ସ୍ଥାନରେ ବିଲ୍ଡିଂଗୁଡ଼ିକରେ ହାଲୁକା ଫାଟ ମଧ୍ୟ ସୃଷ୍ଟି ହୋଇଛି । ଭୂମିକମ୍ପ ପରେ ଚିଲ୍ଲି ସରକାର ଏବଂ ଉଦ୍ଧାର କର୍ମୀମାନେ ସକ୍ରିୟ ହୋଇ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଅପିଲ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking