33.1 C
Bhubaneswar
Wednesday, March 11, 2026
Homeଅପରାଧଶିଶୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ; ନିଜ ଦାଦା ହିଁ ହତ୍ୟାକାରୀ

ଶିଶୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ; ନିଜ ଦାଦା ହିଁ ହତ୍ୟାକାରୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକୋଣା ର ଚର୍ଚ୍ଚିତ ୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ଼ା ପୁଲିସ । ମୃତ ଶିଶୁକୁ ନିଜ ଦାଦା ହତ୍ୟା କରିଛି। ଦାଦା ଚଦନ୍ଦ ଗନ୍ତାୟତଙ୍କୁ ପୁଲିସ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ୱାତୀ ଏସ୍‌. କୁମାର ଏହି ସୂଚନା ଦେଇଛନ୍ତି।

ପ୍ରକାଶ ଯେ ଗତ ୭ତାରିଖ ଦିନ ଚାଟିକୋଣା ଗ୍ରାମର ପୁରୁଷୋତ୍ତମ ଗନ୍ତାୟତ ତାଙ୍କ ନାବାଳକ ପୁଅ ରିଷି ଗନ୍ତାୟତଙ୍କ ସନ୍ଦେହଜନକ ଅପହରଣ ଏବଂ ହତ୍ୟା ସମ୍ପର୍କରେ ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ଆଧାରରେ ପୁଲିସ୍ ମୃତ ରିଷିର ଦାଦା ଚନ୍ଦନ ଗନ୍ତାୟତ(୨୭)କୁ ଥାନାରେ ଅଟକ ରଖି ଜେରା କରିବା ସମୟରେ ସେ ହତ୍ୟାକାଣ୍ଡ ଭିଆଇ ଥିବା ସ୍ୱୀକାର କରିବା ସହ ହତ୍ୟାକାଣ୍ଡ ପଛର କାହାଣୀକୁ ବଖାଣିଛି। ଅଭିଯୁକ୍ତ ଅନ୍‌ଲାଇନ୍ ଗେମ ଖେଳି ବିଭିନ୍ନ ଲୋକଙ୍କ ଠାରୁ ଧାରକରଜ କରି ଆର୍ଥିକ ଅସୁବିଧାରେ ରହିଥିଲେ। ଅଭିଯୁକ୍ତ ତାଙ୍କ ମା’ଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ ଯାହାକୁ ନେଇ ଚାଟିକୋଣା ବ୍ୟାଙ୍କ ପରିସରରେ ବଡ଼ଭାଇ ସହ ପ୍ରବଳ ବଚଷା ହୋଇଥିଲା। ଅଭିଯୁକ୍ତ ଚନ୍ଦନ ଅପମାନିତ ହୋଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ବଡ଼ଭାଇକୁ ପାନେ ଦେବା ପାଇଁ ୬ତାରିଖ ରାତ୍ରିରେ ପୁତୁରା ରିଷିକୁ କୁରୁକୁରି କିଣିବା ବାହାନାରେ ଷ୍ଟେସନ ବଜାରର ଏକ ଦୋକାନକୁ ନେଇଯାଇଥିଲା।

ଫେରିବା ସମୟରେ ଅଭିଯୁକ୍ତ ପୁଣି ଥରେ ତାଙ୍କୁ ଏକ କ୍ରିକେଟ୍ ବ୍ୟାଟ୍ ଏବଂ ବଲ୍ ଦେବା ବାହାନାରେ ତାଙ୍କ ଘର ପାଖରେ ରହିଥିବା ଏକ ନିର୍ମାଣାଧୀନ ଘର ଭିତରକୁ ଡାକି ନେଇ ସେଠାରେ ଏକ ଛୁରୀରେ ନିର୍ମମ ଭାବରେ ଗଳା କାଟି ଦେଇଥିଲା। ଯାହା ଫଳରେ ସେହି ଠାରେ ହିଁ ରିଷିର ମୃତ୍ୟୁ ହାଇଥିଲା। ପରେ ଅଭିଯୁକ୍ତ ମୃତଦେହକୁ ଏକ ପ୍ଲାଷ୍ଟିକ୍ ଚାଉଳ ବ୍ୟାଗ ଭିତରେ ରଖି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ପରିବାର ସଦସ୍ୟଙ୍କୁ ଭ୍ରମିତ କରିବା ଏବଂ ସନ୍ଦେହ ଦୂର କରିବା ପାଇଁ, ଅଭିଯୁକ୍ତ ବଡଭାଇ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ଅପହରଣ ସାଙ୍ଗକୁ ଟଙ୍କା ଦାବି କରିବା ଭଳି ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ମେସେଜ୍ ପଠାଇଥିବା ସ୍ୱୀକାର କରିଛି । ବୈଜ୍ଞାନିକ ପ୍ରମାଣ, ସାକ୍ଷୀଙ୍କ ପରୀକ୍ଷା ଏବଂ ପୁଲିସ ଜେରା ସମୟରେ ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଆଧାରରେ, ଅଭିଯୁକ୍ତ ଚନ୍ଦନ ଗନ୍ତାୟତକୁ ଧାରା ୧୪୦(୧)/୧୪୦(୨)/୧୦୩ ବିଏନ୍‌ଏସ୍ ୨୦୨୩ ରେ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ରକ୍ତଭିଜା ପୋଷାକ ଏବଂ ମୋବାଇଲଜବତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking