19.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବାପାର କୁରାଢ଼ୀ ଚୋଟରେ ଶିଶୁ ମୃତ

ବାପାର କୁରାଢ଼ୀ ଚୋଟରେ ଶିଶୁ ମୃତ

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ବାପା ତାଙ୍କର ଏକମାତ୍ର ଅଢ଼େଇ ବର୍ଷର ପୁଅକୁ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଜାଣିଶୁଣି ନୁହେଁ ବରଂ ଭୁଲବଶତଃ ଏହା ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବାପା ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ପାଇଁ ସେମାନଙ୍କ ଆଡ଼କୁ ଏକ କୁରାଢ଼ି ଫିଙ୍ଗିଥିଲେ। କିନ୍ତୁ ତାହା ତାଙ୍କ ପୁଅ ବେକରେ ବାଜିଥିଲା, ଯାହା ଫଳରେ ପିଲାଟି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକ ତୁରନ୍ତ ତାକୁ ଡାକ୍ତରଖାନା ନେଇଥିଲେ ବି ସେଠାରେ ତା’ର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତର ନାମ ଲଖନ ସିଂହ ବୋଲି ଜଣାପଡ଼ିଛି।

ଲଖନ ସିଂହ ପୁଲିସକୁ କହିଛି ଯେ, ସେ ଦୈବପୁର ଗାଁର ବାସିନ୍ଦା। ସେ ଏକ ଇ-ରିକ୍ସା ଚଲାନ୍ତି। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଅନିତା ଏବଂ ଅଢ଼େଇ ବର୍ଷର ପୁଅ ଆରବ ଥିଲେ। ମଙ୍ଗଳବାର ସକାଳେ ଆରବ ଘରେ ଖେଳୁଥିବା ବେଳେ ହଠାତ୍ ଦଳେ ମାଙ୍କଡ଼ ଆସିଲେ। ମାଙ୍କଡ଼ମାନେ ଆରବ ଉପରେ ଆକ୍ରମଣ କରିପାରନ୍ତି ବୋଲି ଭାବି ସେ ଏକ କୁରାଢ଼ି ନେଇ ମାଙ୍କଡ଼ମାନଙ୍କ ଉପରକୁ ଫିଙ୍ଗିଥିଲେ। ହେଲେ କୁରାଢ଼ିଟି ମାଙ୍କଡ଼ ପରିବର୍ତ୍ତେ ଆରବ ବେକରେ ଯାଇ ବାଜିଥିଲା। ରକ୍ତସ୍ରାବ ପରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।।

ତେବେ ମୃତକର ମଉସା ଦାବି କରିଛନ୍ତି ଯେ, ପିଲାଟିକୁ ଉଦ୍ଦେଶ୍ୟମୂଳକ ଭାବରେ ହତ୍ୟା କରାଯାଇଛି। ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅନେକ ଥର ପିଟିଛି। ମାଙ୍କଡ଼ ନାମରେ ଖେଳୁଥିବା ପିଲା ଉପରେ କାନ୍ଥରେ ରଖାଯାଇଥିବା କୁରାଢ଼ି ଫିଙ୍ଗିଥିଲା ଅଭିଯୁକ୍ତ। ଏବେ ଦଣ୍ଡରୁ ବଞ୍ଚିବା ପାଇଁ ଅଭିଯୁକ୍ତ ବାପା ମିଛ କାହାଣୀ ସମସ୍ତଙ୍କୁ କହୁଛି। କଟଘର ଇନ୍ସପେକ୍ଟର କହିଛନ୍ତି ଯେ, ୨ଟି ଭିନ୍ନ ଭିନ୍ନ କାହାଣୀ ସାମ୍ନାକୁ ଆସିଥିବା ବେଳେ କେଉଁ କାହାଣୀଟି ସତ ତାହା ଆମେ ତଦନ୍ତ କରିବା ପରେ ଜଣାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking