18.1 C
Bhubaneswar
Thursday, December 18, 2025
Homeଓଡିଶାଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ଗ୍ରହଣ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବାକୁ ମୁଖ୍ୟ...

ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ଗ୍ରହଣ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କାର୍ଯ୍ୟରେ ସନ୍ଦେହ ଜନକ ରହୁଥିବା, ସଚ୍ଚୋଟତା ବା ସାଧୁତାର ଅଭାବ ଥିବା କିମ୍ବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ପ୍ରକୃତ ଅବସର ଗ୍ରହଣ ସମୟ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏପିଜି) ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଆଜି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଆଜି ସରକାରଙ୍କ ସମସ୍ତ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସେବା କୋଡ୍ରନିୟମ-୭୧( ଧାରା-କ)ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଅକାଳ ଅବସର(ପ୍ରି-ମାଚ୍ୟୁର ରିଟାୟରମେଣ୍ଟ) ମାମଲାର ସମାଧାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ପ୍ରଶାସନିକ ଦକ୍ଷତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଏ ଓ ପିଜି ବିଭାଗର ସର୍କୁଲାର ନଂ୨୭୦୩୭ତାରିଖ ୨୪.୦୯.୨୦୧୯ରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

ତେବେ ଉପରୋକ୍ତ ସର୍କୁଲାରରେ ଦର୍ଶାଯାଇଥିବା ଏହି ନିୟମ ଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ନହେବା ସହ ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀ ମାନେ ସରକାରୀ ଚାକିରିରେ ରହିଛନ୍ତି। ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି।

ତେଣୁ କାର୍ଯ୍ୟରେ ସନ୍ଦେହ ଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟ କାରିତା ନିମନ୍ତେ ଜିଏ ଓ ପିଜି ବିଭାଗର ସର୍କୁଲାର ନଂ୨୭୦୩୭ତା-୨୪.୦୯.୨୦୧୯ ରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking