19.1 C
Bhubaneswar
Friday, February 6, 2026
Homeଓଡିଶାଜନତା ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଜନତା ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୀକ୍ଷା କରୁଛନ୍ତି । ଏହା ସହିତ ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରିଷ୍ଠ ଅଧିକାରୀଙ୍କ ସହ ଯାଇ ସମୀକ୍ଷା କରିଛନ୍ତି । ସୂଚନାଥାଉକି, ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଗସ୍ତ ପୂର୍ବରୁ, କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ସୁରକ୍ଷା ଦୃଷ୍ଟିରୁ ମୋଟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତୀତ, ଡେପୁଟି କମିସନର ଅଫ୍ ପୁଲିସ ତଥା ପୁଲିସ ଏସପି ପଦର ୧୬ ଜଣ ଅଧିକାରୀ, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ସହକାରୀ ପୁଲିସ କମିସନର ତଥା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ , ୧୦୬ ଜଣ ଇନ୍ସପେକ୍ଟର, ୪୫୫ ଜଣ ସବ-ଇନ୍ସପେକ୍ଟର ଏବଂ ସହକାରୀ ସବ-ଇନ୍ସପେକ୍ଟର, ୧୮୯ ଜଣ ମହିଳା ପୁଲିସ କର୍ମଚାରୀ ଏବଂ ୨୯୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking