28.1 C
Bhubaneswar
Sunday, September 8, 2024
Homeଓଡିଶାକେନ୍ଦ୍ର ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା; କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି...

କେନ୍ଦ୍ର ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା; କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିଥିବା ପୂର୍ଣାଙ୍ଗ ବଜେଟ୍‌ରେ କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଏକ ବିକାଶ ଅଭିମୁଖୀ, ଦୂରଦୃଷ୍ଟିସମ୍ପନ୍ନ ବଜେଟ୍ । ଆମ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଥିବା ଚାରିଟି ପ୍ରମୁଖ ଶ୍ରେଣୀ ଯଥା ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତା (କୃଷକ)ଙ୍କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଏହା ଏକ ଲୋକାଭିମୁଖି ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତ ପ୍ରକାଶ କରିଛନ୍ତି ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ବଜେଟ୍‌ରେ କୃଷି କ୍ଷେତ୍ରକୁ ୧ ଲକ୍ଷ ୫୨ ହଜାର କୋଟି ଟଙ୍କା, ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କାର ଆବଣ୍ଟନ, କୃଷକ ଏବଂ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କେନ୍ଦ୍ର ବଜେଟ୍‌ରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଗାମୀ ୫ ବର୍ଷରେ ୩ କୋଟି ନୂତନ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ବରାଦ ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଓଡିଶା ଜନସାଧାରଣ ବିଶେଷ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ôଥକ ସ୍ଥିତିରେ ଉନ୍ନତି ଆଣିବା ପାଇଁ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି । ଏହା ୫ କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା ୬୩,୦୦୦ ଗାଁକୁ ଅନ୍ତର୍ଭୁକ୍ତ କରିବ । ଏହାଦ୍ୱାରା ଓଡିଶାର ଜନଜାତି ଭାଇ ଓ ଭଉଣୀ ମାନେ ବିଶେଷଭାବେ ଉପକୃତ ହେବେ । ଆଗାମୀ ୫ ବର୍ଷ ମଧ୍ୟରେ ୪ କୋଟି ୧୦ ଲକ୍ଷ ଯୁବକ ଯୁବତୀମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ସୁଯୋଗ ସୃଷ୍ଟି ପାଇଁ ୨ ଲକ୍ଷ କୋଟିର ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଏହାଦ୍ୱାରା ଓଡିଶାର ଯୁବବର୍ଗ ବିଶେଷ ଭାବରେ ଲାଭବାନ ହେବେ । କେନ୍ଦ୍ର ବଜେଟରେ ମୋଟ ପୁଞ୍ଜି ବିନିଯୋଗ ୧୧ ଲକ୍ଷ ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ଅଭିବୃଦ୍ଧିରେ ସହାୟକ ହେବ । ରାଜ୍ୟମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ରାଶିକୁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଓଡ଼ିଶାକୁ ପ୍ରାୟ ୧ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ମିଳିବ । ଏହା ପ୍ରାକ ବଜେଟ ଆଲୋଚନାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପାଖରେ ଦାବି ଥିଲା । ଏହି ଦାବି ଗ୍ରହଣ କରିଥିବାରୁ, ମାନ୍ୟବର କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି । ସେହିପରି ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ସ୍ୱତନ୍ତ୍ର ସହାୟତା ଘୋଷଣା କରିଥିବାରୁ ଆମେ କୃତଜ୍ଞ । ସ୍ୱତନ୍ତ୍ର ପୂର୍ବୋଦୟ ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ ବୋଲି ଶ୍ରୀ ମାଝୀ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking